ସିବିଏସ୍ଇ ପରୀକ୍ଷାରୁ ହଟିଲା କଟକଣା: ସାମାଜିକ ଦୂରତା ରଖି ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ
Edited by Papu Mohanty ଭୁବନେଶ୍ୱର : May 20:ସିବିଏସଇ ପରୀକ୍ଷା ଉପରୁ ହଟିଛି ଲକ୍ଡାଉନ୍ କଟକଣା । କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଉକ୍ତ କଟକଣାକୁ ହଟାଇ ଦିଆଯାଇଛି । ଏହା ଫଳରେ ଛାତ୍ରଛାତ୍ରୀମାନେ ସିବିଏସଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଇପାରିବେ । ତେବେ ସେମାନଙ୍କ ସାମଗ୍ରୀକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ପରୀକ୍ଷା ଆୟୋଜନ ବେଳେ ସମସ୍ତ ପ୍ରକାରର ଗାଇଡ୍ଲାଇନ୍ ପାଳନ କରିବାକୁ ହେବ । […]
Edited by Papu Mohanty
ଭୁବନେଶ୍ୱର : May 20:ସିବିଏସଇ ପରୀକ୍ଷା ଉପରୁ ହଟିଛି ଲକ୍ଡାଉନ୍ କଟକଣା । କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଉକ୍ତ କଟକଣାକୁ ହଟାଇ ଦିଆଯାଇଛି । ଏହା ଫଳରେ ଛାତ୍ରଛାତ୍ରୀମାନେ ସିବିଏସଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଇପାରିବେ । ତେବେ ସେମାନଙ୍କ ସାମଗ୍ରୀକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ପରୀକ୍ଷା ଆୟୋଜନ ବେଳେ ସମସ୍ତ ପ୍ରକାରର ଗାଇଡ୍ଲାଇନ୍ ପାଳନ କରିବାକୁ ହେବ । ବିଶେଷ କରି ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଓ ହାତଧୋଇବାକୁ ଗୁରୁତ୍ୱ ଦିଆଯିବ । ପରୀକ୍ଷା ଉପରେ କଟକଣା ହଟାଇ ଦିଆଯାଇଥିବାନେଇ ଓ ଗାଇଡ୍ଲାଇନ୍ ପାଳନକୁ କେନ୍ଦ୍ର ଗୃହସଚିବ ସମସ୍ତ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି । ପରୀକ୍ଷାକେନ୍ଦ୍ରରେ ପ୍ରବେଶ କରିବା ବେଳେ ଥର୍ମାଲ ସ୍କାନରର ଉପଯୋଗ କରି ଯାଞ୍ଚ ମଧ୍ୟ କରାଯିବ ଓ ପରୀକ୍ଷାକେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କୁ ଆଣିବାକୁ ପ୍ରଶାସନ ପକ୍ଷରୁ ବସର ବ୍ୟବସ୍ଥା କରାଯିବ ବୋଲି କେନ୍ଦ୍ର ଗୃହ ସଚିବ କହିଛନ୍ତି ।




