ସିକ୍କିମ ବନ୍ୟାରେ ଭାସିଯାଇ ଓଡ଼ିଆ ଯବାନ ନିଖୋଜ
କାମାକ୍ଷାନଗର : ସିକ୍କିମ ଫ୍ଲାସ ଫ୍ଲଡ଼ରେ ଭାସିଯାଇ ଓଡ଼ିଆ ଯବାନ ନିଖୋଜ I ନିଖୋଜ ଓଡ଼ିଆ ଯବାନ କାମାକ୍ଷାନଗରର ଦିଘି ପଞ୍ଚାୟତ କେନ୍ଦୁଢିପ ଗାଁର ହାବିଲଦାର ସରୋଜ କୁମାର ଦାସ । ସେ ସେନାବାହିନୀରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ। ଅଗଷ୍ଟ ମାସରେ ଘରକୁ ଆସିଥିଲେ । ମଙ୍ଗଳବାର ରାତି ୧୦ଟାରେ ପରିବାର ଲୋକଙ୍କ ସହ ଶେଷ ଥର କଥା ହୋଇଥିଲେ । ୭ ମାସ ପୂର୍ବରୁ ତାଙ୍କର ବିବାହ ହୋଇଥିବା ଜଣାପଡିଛି I ୨-୩ ଦିନ […]
କାମାକ୍ଷାନଗର : ସିକ୍କିମ ଫ୍ଲାସ ଫ୍ଲଡ଼ରେ ଭାସିଯାଇ ଓଡ଼ିଆ ଯବାନ ନିଖୋଜ I ନିଖୋଜ ଓଡ଼ିଆ ଯବାନ କାମାକ୍ଷାନଗରର ଦିଘି ପଞ୍ଚାୟତ କେନ୍ଦୁଢିପ ଗାଁର ହାବିଲଦାର ସରୋଜ କୁମାର ଦାସ । ସେ ସେନାବାହିନୀରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ। ଅଗଷ୍ଟ ମାସରେ ଘରକୁ ଆସିଥିଲେ । ମଙ୍ଗଳବାର ରାତି ୧୦ଟାରେ ପରିବାର ଲୋକଙ୍କ ସହ ଶେଷ ଥର କଥା ହୋଇଥିଲେ । ୭ ମାସ ପୂର୍ବରୁ ତାଙ୍କର ବିବାହ ହୋଇଥିବା ଜଣାପଡିଛି I
୨-୩ ଦିନ ହେବ ସିକିମରେ ବର୍ଷା ଲାଗି ରହିଥିବା ବେଳେ ମଙ୍ଗଳବାର ରାତିରେ ହୋଇଥିଲା ମୂଷଳ ଧାରାରେ ବୃଷ୍ଟିପାତ । ଏଥିରେ ସେନାର ୨୩ଜଣ ଯବାନଙ୍କ ସହ ବହୁ ଗାଡ଼ିମୋଟର ମଧ୍ୟ ଭାସିଯାଇଛି । ଲାଚେନ୍ ଭ୍ୟାଲି ନିକଟରେ ତିସ୍ତା ନଦୀର ଜଳସ୍ତର ୧୫ରୁ ୨୦ ଫୁଟ ବଢ଼ି ଯାଇଥିଲା । ହ୍ରଦ ମଧ୍ୟ ଉଛୁଳି ପଡ଼ିଥିଲା । ଫଳରେ ୨୩ ଜଣ ଯବାନ ଭାସିଯାଇଥିବାବେଳେ ଜଣଙ୍କୁ ଉଦ୍ଧାର କରାଯାଇଥିଲା I ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ୨୨ ଜଣ ଯବାନ ନିଖୋଜ ଅଛନ୍ତି ଏହି ନିଖୋଜ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଶାର ଥିବା ସୂଚନା ରହିଛି। ନିଖୋଜ ସରୋଜ ହେଉଛନ୍ତି କେନ୍ଦୁଢିପ ଗ୍ରାମର ରାମଚନ୍ଦ୍ର ଦାସଙ୍କ ସାନ ପୁଅ I ସେ ୨୦୧୨ରେ ସେନାରେ ଯୋଗ ଦେଇଥିଲେ। ହାବିଲଦାର ଭାବେ ସିକିମରେ ଟ୍ରେନିଂରେ ଥିଲେ ସରୋଜ । କ୍ୟାମ୍ପକୁ ଫେରୁଥିବା ବେଳେ ବନ୍ୟାରେ ଭାସିଯାଇଥିଲେ ସରୋଜ ଏବଂ ସାଥି ସେନା ଯବାନ । ଏ ପର୍ଯ୍ୟନ୍ତ ସରୋଜଙ୍କର କୌଣସି ଖବର ମିଳି ନଥିବାରୁ ପରିବାର ତଥା ଗ୍ରାମବାସୀଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି।




