ସାର ପାଇଁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ,୪ ଯାଏଁ ମୁଲତବୀ

ଭୁବନେଶ୍ୱର : ଆଜି ବିଧାନସଭା ୨ୟ ଦିନରେ ଗୃହକୁ ଦିନ ୪ ଟା ଯାଏଁ ମୁଲତବୀ ରଖାଯାଇଛି । ଗୃହ ଆରମ୍ଭରୁ ପ୍ରଶ୍ନକାଳ ବାତିଲ କରି ସାର ସମସ୍ୟା ଓ ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ଅଡ଼ି ବସିଥିଲେ ବିରୋଧୀ ବିଜେଡି । ଚାଷ ଉପଯୋଗୀ ସମୟରେ ଚାଷୀମାନେ ସାର ପାଉନାହାଁନ୍ତି । ଚାଷୀମାନେ ସାର ପାଇଁ ହନ୍ତସନ୍ତ ହେଉଥିବାରୁ ବିଜେଡି ଏହି ପ୍ରସଙ୍ଗ ବିଧାନସଭାରେ ଆଜି ଉଠାଇଛି । ଚାଷୀ ପ୍ରସଙ୍ଗରେ ଆଲୋଚାନା ପାଇଁ ପ୍ରଶ୍ନକାଳ […]

ସାର ପାଇଁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ,୪ ଯାଏଁ ମୁଲତବୀ
Samaya Live Picture
Published On

ଭୁବନେଶ୍ୱର : ଆଜି ବିଧାନସଭା ୨ୟ ଦିନରେ ଗୃହକୁ ଦିନ ୪ ଟା ଯାଏଁ ମୁଲତବୀ ରଖାଯାଇଛି । ଗୃହ ଆରମ୍ଭରୁ ପ୍ରଶ୍ନକାଳ ବାତିଲ କରି ସାର ସମସ୍ୟା ଓ ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ଅଡ଼ି ବସିଥିଲେ ବିରୋଧୀ ବିଜେଡି । ଚାଷ ଉପଯୋଗୀ ସମୟରେ ଚାଷୀମାନେ ସାର ପାଉନାହାଁନ୍ତି । ଚାଷୀମାନେ ସାର ପାଇଁ ହନ୍ତସନ୍ତ ହେଉଥିବାରୁ ବିଜେଡି ଏହି ପ୍ରସଙ୍ଗ ବିଧାନସଭାରେ ଆଜି ଉଠାଇଛି । ଚାଷୀ ପ୍ରସଙ୍ଗରେ ଆଲୋଚାନା ପାଇଁ ପ୍ରଶ୍ନକାଳ ବେଳେ ପ୍ରବଳ ହଟ୍ଟଗୋଳ ହେବାରୁ ଗୃହକାର୍ଯ୍ୟ ମାତ୍ର ୪ମିନିଟ ଚାଲିବା ପରେ ବାଚସ୍ପତି ସୁରମା ପାଢୀ ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।

ଏହାକୁ ନେଇ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ଆବଶ୍ୟକୀୟ ସାର ମିଳୁନଥିବାରୁ ଚାଷୀମାନେ ଆନ୍ଦୋଳନ କରୁଛନ୍ତି । ସାର ପ୍ରସଙ୍ଗରେ କଂଗ୍ରେସ ମୁଲତବି ପ୍ରସ୍ତାବ ଦେଇଥିଲା, ଆଲୋଚନା ହୋଇପାରିଥାନ୍ତା । ହେଲେ ସରକାର ଏହା ଉପରେ ଆଲୋଚନା କରୁନାହାଁନ୍ତି । ଚାଷୀ ଓ ସାର ସମସ୍ୟା ଆଲୋଚନା ନହେଲେ ଗୃହ ଚଳାଇ ଦେବୁନି ବୋଲି ପ୍ରମିଳା କହିଛନ୍ତି ।

Tags: