ସାଧାରଣ ଲୋକଙ୍କ ପାଇଁ ୨ ଦିନ ବଢ଼ିଲା ପ୍ରବାସୀ ଭାରତୀୟ ଦିବସ
ଭୁବନେଶ୍ୱର : ସାଧାରଣ ଜନତା ଏବଂ ଛାତ୍ର ଛାତ୍ରୀଙ୍କ ପାଇଁ ଆଉ ୨ ଦିନ ବଢ଼ିଲା ପ୍ରବାସୀ ଭାରତୀୟ ଦିବସ । ଭୁବନେଶ୍ୱର ଜନତା ମୈଦାନରେ ଗତ ୮ ତାରିଖ ଠାରୁ ଉଦଘାଟିତ ହୋଇଥିବା ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମାରୋହ ଆସନ୍ତା ୧୨ ତାରିଖ ଯାଏଁ ଖୋଲା ରହିବ । ଛାତ୍ର ଛାତ୍ରୀ ଏବଂ ସାଧାରଣ ଲୋକ ଏହା ପରିଦର୍ଶନ କରି ପାରିବେ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ପ୍ରଦର୍ଶନୀକୁ ୨ ରୁ ୩ ଦିନ ଯାଏଁ […]
ଭୁବନେଶ୍ୱର : ସାଧାରଣ ଜନତା ଏବଂ ଛାତ୍ର ଛାତ୍ରୀଙ୍କ ପାଇଁ ଆଉ ୨ ଦିନ ବଢ଼ିଲା ପ୍ରବାସୀ ଭାରତୀୟ ଦିବସ । ଭୁବନେଶ୍ୱର ଜନତା ମୈଦାନରେ ଗତ ୮ ତାରିଖ ଠାରୁ ଉଦଘାଟିତ ହୋଇଥିବା ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମାରୋହ ଆସନ୍ତା ୧୨ ତାରିଖ ଯାଏଁ ଖୋଲା ରହିବ । ଛାତ୍ର ଛାତ୍ରୀ ଏବଂ ସାଧାରଣ ଲୋକ ଏହା ପରିଦର୍ଶନ କରି ପାରିବେ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ପ୍ରଦର୍ଶନୀକୁ ୨ ରୁ ୩ ଦିନ ଯାଏଁ ବଢାଇବାକୁ ପ୍ରସ୍ତାବ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ ସାଧାରଣ ଲୋକ ବିଶେଷ କରି ଯୁବ ବର୍ଗଙ୍କୁ ଦୃଷ୍ଟିରେ ରଖି ସେ ଏହି ଅପିଲ୍ କରିଥିଲେ ।
ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଏହା ବହୁତ ଭଲ କାର୍ଯ୍ୟକ୍ରମ। ବହୁତ ସୁନ୍ଦର ଆୟୋଜନ କରାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ। ଏହି କାର୍ଯ୍ୟକ୍ରମକୁ ନେଇ ଲୋକଙ୍କ ମନରେ ବେଶ୍ ଉତ୍ସାହ ରହିଛି। ତେଣୁ ପ୍ରବାସୀ ଭାରତୀୟ ଦିବସ ସମିଳ୍ଳନୀର ପ୍ରଦର୍ଶନୀକୁ ଆଉ ୨ କିମ୍ବା ୩ ଦିନ ବଢ଼ାଯାଉ।




