ସରିଲା ଯୁକ୍ତ ୨ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର : ରାଜ୍ୟରେ ଉଚ୍ଚ ମାଧ୍ୟମିକ ସ୍କୁଲରେ ଦ୍ୱିତୀୟ ପର୍ଯ୍ୟାୟ ଯୁକ୍ତ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ସୋମବାର ଶେଷ ହୋଇଛି । ରାତି ୮ଟା ସୁଦ୍ଧା ୬୦ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଆବେଦନ କରିଥିବା ଜଣାପଡ଼ିଛି । ତଥ୍ୟାନୁସାରେ, ଗତ ୧୬ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସେପ୍ଟେମ୍ବର ୪ ପୂର୍ବାହ୍ନ ୧୧ଟା ୩୦ରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ । ୫ ତାରିଖ ସକାଳ ୯ଟାରୁ ୭ ତାରିଖ ଅପରାହ୍ନ ୫ଟା […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଉଚ୍ଚ ମାଧ୍ୟମିକ ସ୍କୁଲରେ ଦ୍ୱିତୀୟ ପର୍ଯ୍ୟାୟ ଯୁକ୍ତ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ସୋମବାର ଶେଷ ହୋଇଛି । ରାତି ୮ଟା ସୁଦ୍ଧା ୬୦ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଆବେଦନ କରିଥିବା ଜଣାପଡ଼ିଛି ।
ତଥ୍ୟାନୁସାରେ, ଗତ ୧୬ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସେପ୍ଟେମ୍ବର ୪ ପୂର୍ବାହ୍ନ ୧୧ଟା ୩୦ରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ । ୫ ତାରିଖ ସକାଳ ୯ଟାରୁ ୭ ତାରିଖ ଅପରାହ୍ନ ୫ଟା ଭିତରେ ମନୋନୀତ ଛାତ୍ରୀଛାତ୍ର ନାମ ଲେଖାଇବେ । ୧୨ ତାରିଖ ପୂର୍ବାହ୍ନ ୧୧ଟା ୩୦ରେ ସ୍ପଟ୍‌ ନାମଲେଖା ପାଇଁ ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ହୋଇଥିବା ଛାତ୍ରୀଛାତ୍ର ୧ ରୁ ୧୪ ତାରିଖ ସନ୍ଧ୍ୟା ଭିତରେ ନାମଲେଖାଇବେ । ରାଜ୍ୟର ୨,୧୯୯ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ପାଇଁ ମୋଟ ୫,୧୯,୧୭୭ ସିଟ୍‌ ରହିଛି । ପ୍ରଥମ ପର୍ଯ୍ୟାୟ ନାମଲେଖାରେ ୩,୭୮,୯୨୦ଟି ସିଟ୍‌ ପୂରଣ ହୋଇଥିବାବେଳେ ୧,୪୦,୨୫୭ଟି ସିଟ୍‌ ଖାଲି ପଡ଼ିଛି । ଏଥିରୁ କଳା ବିଭାଗରେ ୫୧,୭୦୫ ସିଟ୍‌ ବଳକା ପଡ଼ିଥିବାବେଳେ ବିଜ୍ଞାନରେ ୫୯,୪୦୮, ବାଣିଜ୍ୟରେ ୧୬,୭୭୬, ସଂସ୍କୃତରେ ୬,୫୨୫ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫,୮୪୩ଟି ସିଟ୍‌ ଖାଲିପଡିଛି । ଏପରିସ୍ଥିତିରେ ଗତ ୧ ତାରିଖରୁ ଯୁକ୍ତ୨ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହୋଇଛି । କିନ୍ତୁ ସିଟ୍‌ ପୂରଣ ହୋଇ ନଥିବାରୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା କରିବାକୁ ବିଭାଗ ନିଷ୍ପତ୍ତି ନେଇଥିଲା ।

Tags: