ସରକାରୀ କାର୍ଯ୍ୟ ପାଇଁ ଆଧାର ବାଧ୍ୟତା ମୂଳକ
ଭୁବନେଶ୍ୱର :ଏଣିକି ବିଭିନ୍ନ ପ୍ରକାରର ସରକାରୀ ସାର୍ଟିଫିକେଟ୍ ପ୍ରାପ୍ତ ପାଇଁ ‘ଆଧାର’ ବାଧ୍ୟତାମୂଳକ । ଜାତି, ଆୟ, ଆଇନଗତ ଉତ୍ତରାଧିକାରୀ, ଜମି ରେକର୍ଡ ଏବଂ ପଞ୍ଜିକରଣ ସହିତ ଜଡ଼ିତ ପ୍ରମାଣପତ୍ର ପାଇଁ ଆବେଦନ କରୁଥିବା ବ୍ୟକ୍ତିମାନଙ୍କୁ ଏବେ ସେମାନଙ୍କର ଆଧାର ନମ୍ବର ପ୍ରଦାନ କରିବାକୁ ପଡ଼ିବ । ଏହାଛଡା ସରକାରଙ୍କ ବିଭିନ୍ନ ଯୋଜନାରେ ସବସିଡି ଓ ଡିବିଟି ସୁବିଧାର ହିତାଧିକାରୀଙ୍କ ପାଇଁ ମଧ୍ୟ ଆଧାର ନମ୍ବରକୁ ବାଧ୍ୟତାମୂଳକ କରାଯାଇଛି । ସରକାରୀ ସେବା ପ୍ରକ୍ରିୟାକୁ ସରଳ, ପାରଦର୍ଶୀ […]
ଭୁବନେଶ୍ୱର :ଏଣିକି ବିଭିନ୍ନ ପ୍ରକାରର ସରକାରୀ ସାର୍ଟିଫିକେଟ୍ ପ୍ରାପ୍ତ ପାଇଁ ‘ଆଧାର’ ବାଧ୍ୟତାମୂଳକ । ଜାତି, ଆୟ, ଆଇନଗତ ଉତ୍ତରାଧିକାରୀ, ଜମି ରେକର୍ଡ ଏବଂ ପଞ୍ଜିକରଣ ସହିତ ଜଡ଼ିତ ପ୍ରମାଣପତ୍ର ପାଇଁ ଆବେଦନ କରୁଥିବା ବ୍ୟକ୍ତିମାନଙ୍କୁ ଏବେ ସେମାନଙ୍କର ଆଧାର ନମ୍ବର ପ୍ରଦାନ କରିବାକୁ ପଡ଼ିବ । ଏହାଛଡା ସରକାରଙ୍କ ବିଭିନ୍ନ ଯୋଜନାରେ ସବସିଡି ଓ ଡିବିଟି ସୁବିଧାର ହିତାଧିକାରୀଙ୍କ ପାଇଁ ମଧ୍ୟ ଆଧାର ନମ୍ବରକୁ ବାଧ୍ୟତାମୂଳକ କରାଯାଇଛି । ସରକାରୀ ସେବା ପ୍ରକ୍ରିୟାକୁ ସରଳ, ପାରଦର୍ଶୀ ଓ ବ୍ୟାପକ କରିବା ନିମନ୍ତେ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି । ଏହାକୁ ସହଜ କରିବା ପାଇଁ, ବିଭାଗ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର-ଓକାକ୍ ଏବଂ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ତଥା କୌଣସି କେନ୍ଦ୍ର ନଥିବା ଅଞ୍ଚଳରେ ଆଧାର ପଞ୍ଜୀକରଣ ସୁବିଧା ପ୍ରଦାନ କରିବ। ଶୁକ୍ରବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।




