ସମ୍ ହସ୍ପିଟାଲ ନିକଟରେ ହାତୀ

ଭୁବନେଶ୍ୱର : ରାଜଧାନୀରେ ହାତୀ ଆତଙ୍କ I ଗତ ରାତିରେ ଭରତପୁର ସମ ହସ୍‌ପିଟାଲ ପୁରୁଣା ରୋଡ଼ରେ ହାତୀ ବୁଲୁଥିବା ଚିତ୍ର ସିସିଟିଭି ରେ କଏଦ ହୋଇଛି I ହାତୀଟି ଏକ ଜଙ୍ଗଲୀ ହାତୀ ହୋଇଥିବାରୁ ସ୍ଥାନୀୟ ବାସିନ୍ଦା କୌଣସି ଅଘଟଣ ଭୟରେ ଆତଙ୍କିତ ହୋଇ ପଡିଛନ୍ତି I ଏହା ସହିତ ହାତୀଟି ଦୁଇଟି ପାଚେରୀ ମଧ୍ୟ ଭାଙ୍ଗି ଦେଇଛି I ଗତ ରାତିରେ ଭୀଷଣ ଶବ୍ଦ ହେବାରୁ ଲୋକେ ଉଠି ଦେଖିବାରୁ ହାତୀଟି ସେଠାରେ ବୁଲୁଥିଲା […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀରେ ହାତୀ ଆତଙ୍କ I ଗତ ରାତିରେ ଭରତପୁର ସମ ହସ୍‌ପିଟାଲ ପୁରୁଣା ରୋଡ଼ରେ ହାତୀ ବୁଲୁଥିବା ଚିତ୍ର ସିସିଟିଭି ରେ କଏଦ ହୋଇଛି I ହାତୀଟି ଏକ ଜଙ୍ଗଲୀ ହାତୀ ହୋଇଥିବାରୁ ସ୍ଥାନୀୟ ବାସିନ୍ଦା କୌଣସି ଅଘଟଣ ଭୟରେ ଆତଙ୍କିତ ହୋଇ ପଡିଛନ୍ତି I ଏହା ସହିତ ହାତୀଟି ଦୁଇଟି ପାଚେରୀ ମଧ୍ୟ ଭାଙ୍ଗି ଦେଇଛି I ଗତ ରାତିରେ ଭୀଷଣ ଶବ୍ଦ ହେବାରୁ ଲୋକେ ଉଠି ଦେଖିବାରୁ ହାତୀଟି ସେଠାରେ ବୁଲୁଥିଲା I

ଯାହା ଜଣା ପଡିଛି ହାତୀଟି ଚନ୍ଦକା ଜଙ୍ଗଲ ପଟୁ ପାଚେରୀ ଡେଇଁ ଗାଁ ଭିତରକୁ ପଶି ଆସିଥିଲା I ଖବର ପାଇ ବନ ବିଭାଗର କର୍ମଚାରୀ ମାନେ ଆସି ପହଞ୍ଚି ଜଙ୍ଗଲକୁ ଘଉଡାଇ ଦେଇଛନ୍ତି ।

Tags: