ସମ୍ବଲପୁର : ସୀମାରେ କେନ୍ଦ୍ର ମନ୍ତ୍ରୀ ସମେତ ବିଜେପି ଟିମକୁ ଅଟକାଇଲା ପୋଲିସ

ସମ୍ବଲପୁର : ସମ୍ବଲପୁର-ଝାରସୁଗୁଡ଼ା ଜିଲ୍ଲା ସୀମାନ୍ତ ଶ୍ରୀପୁରା ଛକରେ ବିଜେପି ଟିମକୁ ଅଟକାଇଛି ପୋଲିସ । ଏହି ଟିମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ବିଧାୟକ କୁସୁମ ଟେଟେ ଓ ଶଙ୍କର ଓରାମ ପ୍ରମୁଖ ସାମିଲ ଅଛନ୍ତି। ତେବେ ପୋଲିସ ସେମାନଙ୍କୁ ଠେଲକୁଲି ଥାନାରେ ଅଟକ ରଖାଯାଇଛି। […]

Samaya Live Picture
Published On

ସମ୍ବଲପୁର : ସମ୍ବଲପୁର-ଝାରସୁଗୁଡ଼ା ଜିଲ୍ଲା ସୀମାନ୍ତ ଶ୍ରୀପୁରା ଛକରେ ବିଜେପି ଟିମକୁ ଅଟକାଇଛି ପୋଲିସ । ଏହି ଟିମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ବିଧାୟକ କୁସୁମ ଟେଟେ ଓ ଶଙ୍କର ଓରାମ ପ୍ରମୁଖ ସାମିଲ ଅଛନ୍ତି। ତେବେ ପୋଲିସ ସେମାନଙ୍କୁ ଠେଲକୁଲି ଥାନାରେ ଅଟକ ରଖାଯାଇଛି।

ସମ୍ବଲପୁରରେ ଯେଉଁ ଭଳି ଅବସ୍ଥା ରହିଛି ସେହି ଦୃଷ୍ଟିରୁ ପ୍ରଶାସନଙ୍କୁ ଭେଟିବା ପାଇଁ ଯାଇଥିବା ବେଳେ ପୋଲିସ ତାଙ୍କୁ ଅଟକାଇଛନ୍ତି । ଭେଟିବାର ଉଦ୍ଦେଶ୍ୟ କେବଳ ସମ୍ବଲପୁର ରେ ଶାନ୍ତି ଫେରାଇବା ପାଇଁ ଥିବା ବେଳେ ଆଜି ବିରୋଧୀ ଦଳଙ୍କୁ ଏପରି ଅଟକାଇବାର କାରଣ କଣ ବୋଲି ବରଗଡ ସାଂସଦ ସୁରେଶ ପୂଜାରୀ କହିଛନ୍ତି । ବିଜେପି ଟିମ୍ ସମ୍ବଲପୁର ହନୁମାନ ଜୟନ୍ତୀ ହିଂସାରେ ଆହତ ବ୍ୟକ୍ତି ମାନଙ୍କୁ ଭେଟିବାକୁ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକ ରଖିଛି। ତେବେ ବିଜେପି ଟିମ୍ ଏହି ଗସ୍ତ ନେଇ ଆରଡିସିଙ୍କ ନିକଟରୁ ଅନୁମତି ପାଇଥିବା କହୁଥିବା ବେଳେ ପୋଲିସ ଜିଲ୍ଲାପାଳଙ୍କ ଆଦେଶ ମୁତାବକ ସେମାନଙ୍କୁ ଅଟକାଇଥିବା କହିଛି।

ବିଜେପି ନେତାମାନେ ଶାନ୍ତିପୂର୍ଣ୍ଣ ଭାବେ ସମ୍ବଲପୁର ଗସ୍ତ କରୁଥିବାବେଳେ ତାଙ୍କୁ ବିନା କୌଣସି କାରଣ ନଥାଇ ସେମାନଙ୍କୁ ଅଟକା ଯାଇଥିବାରୁ ଏହାକୁ କଡା ବିରୋଧ କରିଛି ଦଳ । ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଥିବାବେଳେ ଏହି ସମୟରେ ଆହତ ଙ୍କୁ ଭେଟିବାରେ କଣ ଅସୁବିଧା ଅଛି ବୋଲି ବିଜେପି ନେତା ମାନେ ଯୁକ୍ତି ବାଢିଛନ୍ତି।

ଏନେଇ ବିଜେପି ସଭାପତି ମନମୋହନ ସାମଲ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ନବୀନ ବାବୁ ବିଜେପିର ଛାଇକୁ ଡରିଲେଣି। ସାଂସଦଙ୍କର ସ୍ବାଧିକାର ଭଙ୍ଗ ହୋଇଛି। ସାଂସଦଙ୍କୁ ଅଟକାଇବାର୍ ଅଧିକାର ଜିଲ୍ଲାପାଳଙ୍କ ର ନାହିଁ। ଏହି ପ୍ରସଙ୍ଗ ସଂସଦରେ ଉଠାଇବେ ବୋଲି କହିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ।

Tags: