ସମ୍ବଲପୁରରେ ବର୍ଷେ ପାଇଁ ବାହାରି ପାରିବନି କୌଣସି ଧାର୍ମିକ ଶୋଭାଯାତ୍ରା

ସମ୍ବଲପୁର : ସମ୍ୱଲପୁର ସହରରେ ବର୍ଷେ ପାଇଁ ସମସ୍ତ ଧାର୍ମିକ ଶୋଭାଯାତ୍ରା ବନ୍ଦ ରହିବ I ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଆସି ବସିଥିବା ଶାନ୍ତି କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଉଛି। ଗତ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଘଟିଥିବା ହିଂସା ପାଇଁ ପ୍ରଶାସନ ଏପରି କଡା ପଦକ୍ଷେପନେଇଛି । ଗୁରୁବାର ହୋଇଥିବା ଶାନ୍ତି କମିଟି ବୈଠକରେ ଏକ ବର୍ଷ ଯାଏଁ ସମସ୍ତ ପ୍ରକାର ଧାର୍ମିକ ଶୋଭାଯାତ୍ରା ଉପରେ କଟକଣା ନେଇ ସମ୍ବଲପୁର ଏସପି […]

Samaya Live Picture
Published On

ସମ୍ବଲପୁର : ସମ୍ୱଲପୁର ସହରରେ ବର୍ଷେ ପାଇଁ ସମସ୍ତ ଧାର୍ମିକ ଶୋଭାଯାତ୍ରା ବନ୍ଦ ରହିବ I ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଆସି ବସିଥିବା ଶାନ୍ତି କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଉଛି। ଗତ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଘଟିଥିବା ହିଂସା ପାଇଁ ପ୍ରଶାସନ ଏପରି କଡା ପଦକ୍ଷେପନେଇଛି । ଗୁରୁବାର ହୋଇଥିବା ଶାନ୍ତି କମିଟି ବୈଠକରେ ଏକ ବର୍ଷ ଯାଏଁ ସମସ୍ତ ପ୍ରକାର ଧାର୍ମିକ ଶୋଭାଯାତ୍ରା ଉପରେ କଟକଣା ନେଇ ସମ୍ବଲପୁର ଏସପି ମୁକେଶ ଭାମୁ ସୂଚନା ଦେଇଛନ୍ତି। ନିଷ୍ପତି ଅନୁଯାୟୀ ଆସନ୍ତା ୨୦୨୪ ଜୁନ ପର୍ଯ୍ୟନ୍ତ ସହରରେ ସବୁ ଧାର୍ମିକ ଶୋଭାଯାତ୍ରା ବନ୍ଦ ରହିବ I

ସୂଚନାନୁସାରେ କିଛିଦିନ ତଳେ ହନୁମାନ ଜୟନ୍ତୀକୁ କେନ୍ଦ୍ର କରି ସମ୍ବଲପୁରରେ ଦଙ୍ଗା ସୃଷ୍ଟି ହୋଇଥିଲା। ଏଥିରେ ଅନେକ ଧାନ ଜୀବନ ହାନି ଘଟିଥିଲା I ଆଗକୁ ମହରମ ଓ ହନୁମାନ ଜୟନ୍ତୀ ଥିବାରୁ ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ବଲପୁର ଏସ୍‌ପି ମୁକେଶ ଭାମୁ ଚଳିତବର୍ଷ ମହରମ ଶୋଭାଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି କହିଥିଲେ। ଏସ୍‌ପିଙ୍କ ନିଷ୍ପତ୍ତି ପରେ ବୈଠକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତେବେ ସମୂହ ଶୋଭାଯାତ୍ରାକୁ ଅନୁମତି ଦିଆଯିବ ନାହିଁ, ନିଜ ନିଜ ଥାନା ଅଞ୍ଚଳରେ ଶୋଭାଯାତ୍ରା ବାହାରି ପାରିବେ ବୋଲି ଏସ୍‌ପି କହିଥିଲେ।

Tags: