ସମ୍ପତି ଲୋଭରେ ବାପା-ମା’ଙ୍କୁ ଘରୁ ତଡ଼ିଦେଲା ପୁଅ
ଢେଙ୍କାନାଳ : ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ I ବୟସର ସାୟାହ୍ନରେ ଅଲୋଡ଼ା ହେଲେ ବାପା,ମା’ I ସାହାରା ଦେବା ବଦଳରେ ବୃଦ୍ଧ ପିତା ମାତାଙ୍କୁ ଘରୁ ତାଡି ଦେଇଛି ପୁଅ I ଯେଉଁ ପୁଅକୁ ଜନ୍ମ ଦେଇ ବାପା ଦିନେ ଗର୍ବରେ ଛାତି ଫୁଲାଇ ଚଳୁଥିଲେ ଆଜି ସେହି ପୁଅ ସମ୍ପତି ଲୋଭରେ ରୋଗିଣା ବାପା ଓ ମାଆକୁ ମାଡ ମାରି ଘରୁ ବାହାର କରିଦେଲା । ଏପରି ଏକ ଅଭାବନୀୟ ଘଟଣା ଘଟିଛି […]
ଢେଙ୍କାନାଳ : ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ I ବୟସର ସାୟାହ୍ନରେ ଅଲୋଡ଼ା ହେଲେ ବାପା,ମା’ I ସାହାରା ଦେବା ବଦଳରେ ବୃଦ୍ଧ ପିତା ମାତାଙ୍କୁ ଘରୁ ତାଡି ଦେଇଛି ପୁଅ I ଯେଉଁ ପୁଅକୁ ଜନ୍ମ ଦେଇ ବାପା ଦିନେ ଗର୍ବରେ ଛାତି ଫୁଲାଇ ଚଳୁଥିଲେ ଆଜି ସେହି ପୁଅ ସମ୍ପତି ଲୋଭରେ ରୋଗିଣା ବାପା ଓ ମାଆକୁ ମାଡ ମାରି ଘରୁ ବାହାର କରିଦେଲା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାର ବେଢାପାଳ ଗ୍ରାମରେ । ଏନେଇ ବୃଦ୍ଧ ବାପା-ମାଆ ଢେଙ୍କାନାଳ ଏସପିଙ୍କ ନିକଟରେ ଦ୍ୱାରସ୍ଥ ହୋଇ ଗୁହାରି କରିଛନ୍ତି I
ଘଟନାନୁସାରେ, କାମାକ୍ଷାନଗର ଥାନା ବେଢାପାଳ ଗାଁର ରାହାସ ବେହେରା । ଚାଷବାସ କରି ପରିବାର ଭରଣ ପୋଷଣ କରନ୍ତି । ରାହାସ ବେହେରାଙ୍କ ପରିବାର କହିଲେ ପତ୍ନୀ କାମିନୀ, ବଡ଼ପୁଅ ବିଶ୍ୱଜିତ ଓ ସାନପୁଅ ରଞ୍ଜିତ । ଅଭାବ ଅନଟନ ଭିତର ବହୁ କଷ୍ଟରେ ଦୁଇ ପିଲାଙ୍କୁ ବଡ଼ କରିଥିଲେ । ସାନପୁଅ ସର୍ବଦା ମଦ ପିଇ ଘରେ ଝଗଡା କରୁଥିଲେ । ଯେଉଁଥିପାଇଁ ଘରେ ପାରିବାରିକ ଅଶାନ୍ତି ଲାଗି ରହିଥିଲା । ସର୍ବଦା ନିଶାରେ ରହିବା ସହ ଜମିବାଡି ଭାଗବଣ୍ଟା କରିଦେବା ପାଇଁ ଜିଦ ଧରୁଥିଲା । ଏଥିରେ ରାହାସ ରାଜି ନହେବାରୁ ମଦ୍ୟ ପାନ କରି ମାରପିଟ କରିବା ଆରମ୍ଭ କରିଥିଲା ରଞ୍ଜିତ ।
ପ୍ରତ୍ୟେକ ଦିନ ଘରେ ଅଶାନ୍ତ ଲାଗି ରହିବାରୁ ବଡପୂଅ ଘରଛାଡି ଅନ୍ୟତ୍ର ରହିବାକୁ ବାଧ୍ୟ ହୋଇଥିଲେ । ତେବେ କିଛି ଦିନ ପରେ ବାପା ମାଆ ଘର ଛାଡି ଭଡାରେ ରହୁଥିବା ବଡପୂଅ ପାଖକୁ ପଳାଇ ଯାଇଥିଲେ । ହେଲେ ସେଠାରେ ମଧ୍ୟ ଯାଇ ମାଡପିଟ କରିଥିଲା ସାନପୂଅ । ଏପରିକି ବୃଦ୍ଧ ବାପାଙ୍କର କିଡ଼ନୀ ଏବଂ ହର୍ଣ୍ଣିଆ ଅପରେସନ ହୋଇଥିବା ବେଳେ ସାନ ପୁଅ ସେଠାକୁ ଯାଇ ଯଥା ଶୀଘ୍ର ସମ୍ପତ୍ତି ଭାଗ କରିଦେବାକୁ ଜିଦ କରିଥିଲା I କିନ୍ତୁ ଏଥିରେ ବାପା ରାଜି ନ ହେବାରୁ ବାପାଙ୍କର କ୍ଷତ ସ୍ଥାନକୁ ଗୋଇଠା ମାରି ଘରୁ ବାହାର କରି ଦେଇଥିବା ଅଭିଯୋଗ ହୋଇଛି I ତେଣୁ ବାଧ୍ୟ ହୋଇ ନିରାଶ୍ରୟ ବୃଦ୍ଧ ପିତା ମାତା ବୃଦ୍ଧାଶ୍ରମରେ ଆଶ୍ରୟ ନେଇଛନ୍ତି । ତେବେ ଏନେଇ ପୋଲିସ ପ୍ରତିକ୍ରିୟା ହୋଇପାରି ନାହିଁ ।




