ସବୁଠୁ ଦାମୀ ଆମ୍ବ

ଆମ୍ବର ଅନେକ ପ୍ରଜାତି ବିଷୟରେ ଆପଣ ନିଶ୍ଚିତ ରୂପେ ଜାଣିଥିବେ । ମାତ୍ର ବର୍ତ୍ତମାନ ଏମିତି ଏକ ଆମ୍ବ ବିଷୟରେ ଜଣାପଡିଛି, ଯାହାର ରଙ୍ଗ ଏବଂ ମୂଲ୍ୟ ଅନ୍ୟ ଆମ୍ବ ଅପେକ୍ଷା ବିଲ୍‌କୁଲ୍‌ ସ୍ୱତନ୍ତ୍ର । ଏହାର ଦାମ୍‌ ଏତେ ଅଧିକ ଯେ ସାଧାରଣ ଲୋକଙ୍କ ପକ୍ଷେ ଏହାକୁ କିଣିବା ଖୁବ୍‌ କଷ୍ଟ । ତେଣୁ ଏହାକୁ ବିଶ୍ୱର ସବୁଠୁ ଅଧିକ ମୂଲ୍ୟବାନ ଆମ୍ବ ବୋଲି କୁହାଯାଉଛି । ଏହି ଆମ୍ବର ନାଁ ହେଉଛି ମିଆଜାକି ଏବଂ […]

Samaya Live Picture
Published On

ଆମ୍ବର ଅନେକ ପ୍ରଜାତି ବିଷୟରେ ଆପଣ ନିଶ୍ଚିତ ରୂପେ ଜାଣିଥିବେ । ମାତ୍ର ବର୍ତ୍ତମାନ ଏମିତି ଏକ ଆମ୍ବ ବିଷୟରେ ଜଣାପଡିଛି, ଯାହାର ରଙ୍ଗ ଏବଂ ମୂଲ୍ୟ ଅନ୍ୟ ଆମ୍ବ ଅପେକ୍ଷା ବିଲ୍‌କୁଲ୍‌ ସ୍ୱତନ୍ତ୍ର । ଏହାର ଦାମ୍‌ ଏତେ ଅଧିକ ଯେ ସାଧାରଣ ଲୋକଙ୍କ ପକ୍ଷେ ଏହାକୁ କିଣିବା ଖୁବ୍‌ କଷ୍ଟ । ତେଣୁ ଏହାକୁ ବିଶ୍ୱର ସବୁଠୁ ଅଧିକ ମୂଲ୍ୟବାନ ଆମ୍ବ ବୋଲି କୁହାଯାଉଛି । ଏହି ଆମ୍ବର ନାଁ ହେଉଛି ମିଆଜାକି ଏବଂ କିଲୋପ୍ରତି ଏହାର ଦାମ୍‌ ରଖାଯାଇଛି ୩ ଲକ୍ଷ ଟଙ୍କା । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ଏଏନ୍‌ଆଇ ପକ୍ଷରୁ ଏହି ଫଟୋକୁ ଟ୍ୱିଟରରେ ସେୟାର କରାଯାଇଛି । ମାତ୍ର ଅନ୍ତର୍ଜାତୀୟ ବଜାରରେ କିଲୋପ୍ରତି ଏହି ଆମ୍ବ ୨.୫ ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । ଜାପାନର କୁ୍ୟଶୁ ପ୍ରାନ୍ତରେ ଥିବା ମିଆଜାକି ସହରରେ ଏହି ଆମ୍ବର ଆବିଷ୍କାର ହୋଇଥିଲା । ୧୯୮୦ ମସିହାରେ ମିଆଜାକି ବିଶ୍ୱବିଦ୍ୟାଳୟର ଗବେଷକମାନେ ସ୍ଥାନୀୟ ଚାଷୀଙ୍କ ସାହାଯ୍ୟରେ ଏହି ଆମ୍ବର ଆବିଷ୍କାର କରିଥିଲେ । ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ ଦେଖିବାକୁ ମଧ୍ୟ ସେତିକି ସୁନ୍ଦର । ସାଧାରଣତଃ ତ୍ରିପୁରାରେ ଏହି ଆମ୍ବ ଚାଷ କରାଯାଏ ଏବଂ କିଲୋପିଛା ଏହାକୁ ୧୫୦୦ ଟଙ୍କାରେ ବିକ୍ରି କରାଯାଏ । ଓଡିଶାରେ କଳାହାଣ୍ଡି ଜିଲ୍ଲାର ଜଣେ ଶିକ୍ଷକ ମଧ୍ୟ ଏହି ଆମ୍ବକୁ

Tags: