ସବୁଜ ଇନ୍ଧନ ଦ୍ୱାରା ଜୀବନଶୈଳୀକୁ ଉନ୍ନତ କରିବା ଆମର ପ୍ରାଥମିକତା – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର:କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ ଇଣ୍ଡିଆନ ଏନର୍ଜି କଂଗ୍ରେସ, ଏନଆଇଏସଟି ବ୍ରହ୍ମପୁର ଓ ଆଇଆଇଟି ଦିଲ୍ଲୀ ଦ୍ୱାରା ଆୟୋଜିତ ଉର୍ଜା ସଂରକ୍ଷଣ ଏବଂ ପରିଚାଳନା ଉପରେ ଆୟୋଜିତ ଜାତୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସ୍ୱଚ୍ଛ ଉର୍ଜା କ୍ଷେତ୍ରରେ ଭାରତର ପଦକ୍ଷେପ, ସବୁଜ ଉର୍ଜା ଉପରେ ଆଲୋଚନା କରିବା ସହ ସବୁଜ ଇନ୍ଧନର ଅଭିବୃଦ୍ଧି ଉପରେ ଆଲୋଚନା କରିଥିଲେ । […]
ନୂଆଦିଲ୍ଲୀ/ଭୁବନେଶ୍ୱର:କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ ଇଣ୍ଡିଆନ ଏନର୍ଜି କଂଗ୍ରେସ, ଏନଆଇଏସଟି ବ୍ରହ୍ମପୁର ଓ ଆଇଆଇଟି ଦିଲ୍ଲୀ ଦ୍ୱାରା ଆୟୋଜିତ ଉର୍ଜା ସଂରକ୍ଷଣ ଏବଂ ପରିଚାଳନା ଉପରେ ଆୟୋଜିତ ଜାତୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ସ୍ୱଚ୍ଛ ଉର୍ଜା କ୍ଷେତ୍ରରେ ଭାରତର ପଦକ୍ଷେପ, ସବୁଜ ଉର୍ଜା ଉପରେ ଆଲୋଚନା କରିବା ସହ ସବୁଜ ଇନ୍ଧନର ଅଭିବୃଦ୍ଧି ଉପରେ ଆଲୋଚନା କରିଥିଲେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସବୁଜ ଇନ୍ଧନକୁ ଗୁରୁତ୍ୱ ଦେଇ ଏକ ଉନ୍ନତ ଜୀବନ ଓ ସୁସ୍ଥ ପୃଥିବୀ ତିଆରି କରିବା ଆମର ପ୍ରାଥମିକତା । ଆଇଇସି ଭଳି ଉର୍ଜା ପରିଚାଳନାରେ ଅଭିନବ ପନ୍ଥା ଅନ୍ୱେଷଣ କରିବା ଆନନ୍ଦର କଥା । ଆଜିର ଏହି ସମ୍ମିଳନୀ ଇଜ୍ ଅଫ୍ ଲିଭିଂକୁ ସୁଗମ କରିବା ସହ ସ୍ଥାୟୀ ଅର୍ଥନୈତିକ ବିକାଶ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବା ପାଇଁ ଆମକୁ ନୂତନ ଚିନ୍ତାଧାରା ପ୍ରଦାନ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।




