ସଫେଇ କର୍ମଚାରୀଙ୍କ ଦାବି ଶୁଣିଲା ବିଏମସି, ୩ ଦିନ ଭିତରେ ହେବ ସମାଧାନ
ଭୁବନେଶ୍ୱର : ଦୁଇ ଦିନରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ I ଦରମା ବୃଦ୍ଧି ନେଇ ଦୁଇ ଦିନ ହେବ ରାଜମହଲ ଛକରେ ଆନ୍ଦୋଳନରେ ବସିଛନ୍ତି ୫୫ ଟି ୱାର୍ଡର ସଫେଇ କର୍ମଚାରୀ I ଦୁଇ ଦିନର ଆନ୍ଦୋଳନ ପରେ ସଫେଇ କର୍ମଚାରୀଙ୍କ ଦାବି ଶୁଣିଛି ବିଏମସି। ୩ ଦିନ ଭିତରେ ବର୍ଦ୍ଧିତ ଦରମା ଘୋଷଣା ହେବ ବୋଲି କହିଛନ୍ତି ବିଏମ୍ସି ମେୟର ସୁଲୋଚନା ଦାସ । ଆସନ୍ତା ୧୫ ଦିନ ଭିତରେ ଅଳିଆ ପୃଥକୀକରଣ ସଂପର୍କରେ ନିଷ୍ପତ୍ତି […]
ଭୁବନେଶ୍ୱର : ଦୁଇ ଦିନରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ I ଦରମା ବୃଦ୍ଧି ନେଇ ଦୁଇ ଦିନ ହେବ ରାଜମହଲ ଛକରେ ଆନ୍ଦୋଳନରେ ବସିଛନ୍ତି ୫୫ ଟି ୱାର୍ଡର ସଫେଇ କର୍ମଚାରୀ I ଦୁଇ ଦିନର ଆନ୍ଦୋଳନ ପରେ ସଫେଇ କର୍ମଚାରୀଙ୍କ ଦାବି ଶୁଣିଛି ବିଏମସି। ୩ ଦିନ ଭିତରେ ବର୍ଦ୍ଧିତ ଦରମା ଘୋଷଣା ହେବ ବୋଲି କହିଛନ୍ତି ବିଏମ୍ସି ମେୟର ସୁଲୋଚନା ଦାସ । ଆସନ୍ତା ୧୫ ଦିନ ଭିତରେ ଅଳିଆ ପୃଥକୀକରଣ ସଂପର୍କରେ ନିଷ୍ପତ୍ତି ନିଆଯିବ। ସଫେଇ କର୍ମଚାରୀଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ବିଏମସି ମେୟର କହିଛନ୍ତି I
ସୂଚନା ଅନୁସାରେ ରାଜଧାନୀରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଦୁଇ ଦିନ ହେଲା ସଫେଇ କାର୍ଯ୍ୟ ଠପ୍ ହୋଇ ଯାଇଥିଲା। ଆଜି ଦ୍ୱିତୀୟ ଦିନରେ ବିଏମସି ଅଫିସ ଘେରାଉ କରିଥିଲେ ଆନ୍ଦୋଳନକାରୀ। ଝାଡୁ ବର୍ଜନ କରି ପ୍ରଥମେ ଭୁବନେଶ୍ୱର ରାଜମହଲ ଓଭରବ୍ରିଜ୍ ତଳେ ଶହ ଶହ ସଫେଇ କର୍ମଚାରୀ ଆନ୍ଦୋଳନ କରିଥିଲେ। ପରେ ଶୋଭାଯାତ୍ରାରେ ଯାଇ ବିଏମସି ଅଫିସ ଘେରାଉ କରିଥିଲେ।
ମାସିକ ଦରମା ୯ ହଜାର ଟଙ୍କାରୁ ୧୫ ହଜାରକୁ ବୃଦ୍ଧି ସହ ଅଳିଆ ପୃଥକୀକରଣକୁ ବିରୋଧ କରି ଆନ୍ଦୋଳନ ଚଳାଇଥିଲେ ସଫେଇ କର୍ମଚାରୀ। ଫେବ୍ରୁଆରୀ ୨୪ରୁ ସଫେଇ କର୍ମଚାରୀମାନେ ଆନ୍ଦୋଳନ କରି ଆସୁଥିଲେ। ଫେବ୍ରୁଆରୀ ୨୯ରେ ବିଏମସି ସହ ସେମାନଙ୍କର ଆଲୋଚନା ହୋଇଥିଲେବି କିଛି ସୁଫଳ ମିଳିନଥିଲା। ପରେ ପୁଣି ଗତକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନରେ ବସିଥିଲେ ସଫେଇ କର୍ମଚାରୀ I ଫଳରେ ସହରରେ ବିଭିନ୍ନ ୱାର୍ଡରେ ଗଦା ହୋଇ ରହିଥିଲା କୁଢ କୁଢ ଅଳିଆ ।




