ସନ୍ଧ୍ୟା ସୁଦ୍ଧା ପୋଷ୍ଟର ହଟାଇବା ପାଇଁ ନିର୍ବାଚନ କମିଶନରଙ୍କ ନିର୍ଦେଶ

ଭୁବନେଶ୍ୱର : ସନ୍ଧ୍ୟା ସୁଦ୍ଧା ପୋଷ୍ଟର ହଟାଇବା ପାଇଁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନର । ସାଧାରଣ ନିର୍ବାଚନକୁ ଆଉ ଅଳ୍ପଦିନ ବାକି ରହିଲା । ନିର୍ବାଚନ ପାଇଁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ନିର୍ବାଚନୀ ପୋଷ୍ଟର ଓ ପାମ୍ପଲେଟ୍‌ ମୁଦ୍ରଣ ଉପରେ ଭାରତୀୟ ନିର୍ବାଚନ କମିଶନ କେତେକ ନିୟମାବଳୀ ଜାରି କରିଛନ୍ତି । ନିର୍ବାଚନୀ ବିଗୁଲ ବାଜିବା ସହ ଆଦର୍ଶ ଆଚରଣ ବିଧି ଲାଗୁ କରିବା ଫଳରେ ସବୁଆଡେ ରାନୈତିକ ପୋଷ୍ଟର […]

Samaya Live Picture
Published On

ଭୁବନେଶ୍ୱର : ସନ୍ଧ୍ୟା ସୁଦ୍ଧା ପୋଷ୍ଟର ହଟାଇବା ପାଇଁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନର । ସାଧାରଣ ନିର୍ବାଚନକୁ ଆଉ ଅଳ୍ପଦିନ ବାକି ରହିଲା । ନିର୍ବାଚନ ପାଇଁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ନିର୍ବାଚନୀ ପୋଷ୍ଟର ଓ ପାମ୍ପଲେଟ୍‌ ମୁଦ୍ରଣ ଉପରେ ଭାରତୀୟ ନିର୍ବାଚନ କମିଶନ କେତେକ ନିୟମାବଳୀ ଜାରି କରିଛନ୍ତି । ନିର୍ବାଚନୀ ବିଗୁଲ ବାଜିବା ସହ ଆଦର୍ଶ ଆଚରଣ ବିଧି ଲାଗୁ କରିବା ଫଳରେ ସବୁଆଡେ ରାନୈତିକ ପୋଷ୍ଟର ବାହାର କରାଯାଉଛି ।

ଗାଁ ଠୁ ସହର ପର୍ଯ୍ୟନ୍ତ ବେଆଇନ ପୋଷ୍ଟର, ହୋର୍ଡିଂ, ବ୍ୟାନର ଓ କାନ୍ଥ ଲେଖା ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଏହି ପୋଷ୍ଟର ହଟାଇବାକୁ ନେଇ ଇସିଙ୍କୁ ରିପୋର୍ଟ ମଧ୍ୟ ଦିଆଯିବ । ଚଳିତ ବର୍ଷ ସ୍ୱଚ୍ଛ ଓ ମୁକ୍ତ ନିର୍ବାଚନ ପାଇଁ ବିଭିନ୍ନ ନିୟମ କରାଯାଇଛି । ତେଣୁ ସର୍ବସାଧାରଣରେ ନିର୍ବାଚନୀ ବା ରାଜନୈତିକ ପୋଷ୍ଟର, ହୋର୍ଡିଂ, ବ୍ୟାନର ଓ କାନ୍ଥ ଲେଖା ହଟାଇବାକୁ ମଧ୍ୟ କଡା ନିୟମ କରାଯାଇଛି ।

ଏନେଇ କେନ୍ଦ୍ର ଓ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର । ଏହାସହିତ କୌଣସି ବ୍ୟକ୍ତି ନିର୍ବାଚନ ପୋଷ୍ଟର ବା ପାମ୍ପଲେଟ ମୁଦ୍ରଣ କରିବାକୁ ଚାହୁଁଥିଲେ ସେଥିରେ ମୁଦ୍ରଣକାରୀ ସଂସ୍ଥାର ପରିଚୟ ଥିବା ସତ୍ୟପାଠ, ତାଙ୍କର ଦସ୍ତଖତ ଏବଂ ସେହି ସତ୍ୟତାକୁ ସମର୍ଥନ କରୁଥିବା ଦୁଇ ଜଣ ବ୍ୟକ୍ତି (ଯେଉଁମାନେ ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣିଥିବେ)ଙ୍କ ପ୍ରତିସ୍ବାକ୍ଷର ରହିଥିବା ଆବଶ୍ୟକ। ଦସ୍ତାବିଜ୍‌ ମୁଦ୍ରିତ ହେବା ପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ସତ୍ୟପାଠର ନକଲ ସହିତ ଦସ୍ତାବିଜ୍‌ର ଏକକିତା ନକଲ ମୁଦ୍ରଣକାରୀ ସଂସ୍ଥା ସହ ଜିଲାପାଳଙ୍କ ନିକଟକୁ ପଠାଯିବା ଆବଶ୍ୟକ। ନିୟମାବଳୀର ଖିଲାପକାରୀଙ୍କୁ ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ।

Tags: