ସଡକ ଦୁର୍ଘଟଣାରେ ୩ କଳାକାର ମୃତ

କେନ୍ଦ୍ରାପଡା : ସକାଳୁ ସକାଳୁ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣ I ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଓସ୍ତପୁରଠାରେ ଏକ ଗଛରେ ବୋଲେରୋ ପିଟିହେବାରୁ ୩ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ, ୪ ଗୁରୁତର ହୋଇଛନ୍ତି। ମୃତ୍ୟୁ ବରଣ କରିଥିବା ୩ ଜଣ ମହିଳା ଡ୍ରାମା କଳାକାର ଥିବା ସୂଚନା ମିଳିଛି I ସେମାନେ ଆଜି ସକାଳେ ନରଣପୁରରୁ ଡ୍ରାମା ରିହରସାଲ୍ ସାରି ବୋଲେରୋ ଯୋଗେ କେନ୍ଦ୍ରାପଡା ବସ ଷ୍ଟାଣ୍ଡକୁ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି […]

Samaya Live Picture
Published On

କେନ୍ଦ୍ରାପଡା : ସକାଳୁ ସକାଳୁ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣ I ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଓସ୍ତପୁରଠାରେ ଏକ ଗଛରେ ବୋଲେରୋ ପିଟିହେବାରୁ ୩ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ, ୪ ଗୁରୁତର ହୋଇଛନ୍ତି। ମୃତ୍ୟୁ ବରଣ କରିଥିବା ୩ ଜଣ ମହିଳା ଡ୍ରାମା କଳାକାର ଥିବା ସୂଚନା ମିଳିଛି I ସେମାନେ ଆଜି ସକାଳେ ନରଣପୁରରୁ ଡ୍ରାମା ରିହରସାଲ୍ ସାରି ବୋଲେରୋ ଯୋଗେ କେନ୍ଦ୍ରାପଡା ବସ ଷ୍ଟାଣ୍ଡକୁ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି I

ସୂଚନାଅନୁସାରେ, ଗତକାଲି ରାତିରେ ନରଣପୁର ଗ୍ରାମରୁ ଡ୍ରାମା ସାରି ୫ ଜଣ କଳାକାରଙ୍କ ସମେତ ୭ ଜଣ ଏକ ବୋଲେରୋ ଯୋଗେ ଫେରୁଥିଲେ । ଆଜି ଭୋର ସମୟରେ ବୋଲେରୋଟି ଭାରସାମ୍ୟ ହରାଇ ଓସ୍ତପୁର ପେଟ୍ରୋଲ ପମ୍ପ ନିକଟ ଗଛରେ ପିଟି ହୋଇଯାଇଥିଲା । ଏହାପରେ ଗେଣ୍ଡାଗଡିଆ ନିକଟରେ ଥିବା ଏକ ପୋଖରୀ ମଧ୍ୟକୁ ଖସିପଡିଥିଲା I ଫଳରେ ସେଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩ ଜଣ ମହିଳାଙ୍କର ମୃତ୍ୟୁ ହେବା ସହ ଆଉ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା ସେଠାରୁ ଗୁରୁତର ଅବସ୍ଥାରେ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ମୃତକଙ୍କ ପରିଚୟ ମିଳିପାରିନାହିଁ। କିନ୍ତୁ ସେମାନେ କଟକ ଜିଲ୍ଲା ନେମାଳ ଓ ଭଦ୍ରକ ଅଞ୍ଚଳର ପେଶାଦାର ମଞ୍ଚ କଳାକାର ବୋଲି ପ୍ରାଥମିକ ସୂଚନାରୁ ଜଣାଯାଇଛି।

Tags: