ସଙ୍ଗଠନ ଛାଡିଲେ ୧୨ ମାଓବାଦୀ

ମାଲକାନଗିରି : ଭୁଶୁଡୁଛି ଲାଲ ଗଡ଼ । ମୁଖ୍ୟସ୍ରୋତ ଆଡକୁ ମୁହାଉଁଛନ୍ତି ମାଓବାଦୀ । ମାଓ ସଙ୍ଗଠନ ଛାଡିଲେ ୧୨ ନକ୍ସଲ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାରେ ୧୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ ସୁକୁମାରେ ୬ଜଣ ହାର୍ଡକୋର୍‍ ମାଓବାଦୀ ଧରାପଡ଼ିବା ଅନ୍ୟ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି । ଏମାନେ ଦୀର୍ଘ ବର୍ଷ ଧରି ମାଓ ସଙ୍ଗଠନରେ ରହି ଅନେକ ହିଂସାକାଣ୍ଡରେ ଜଡ଼ିତ ଥିଲେ। ଏମାନଙ୍କ ମଧ୍ୟରୁ ୯ ଜଣଙ୍କ ମୁଣ୍ଡ ଉପରେ […]

ସଙ୍ଗଠନ ଛାଡିଲେ ୧୨ ମାଓବାଦୀ
Samaya Live Picture
Published On

ମାଲକାନଗିରି : ଭୁଶୁଡୁଛି ଲାଲ ଗଡ଼ । ମୁଖ୍ୟସ୍ରୋତ ଆଡକୁ ମୁହାଉଁଛନ୍ତି ମାଓବାଦୀ । ମାଓ ସଙ୍ଗଠନ ଛାଡିଲେ ୧୨ ନକ୍ସଲ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାରେ ୧୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ ସୁକୁମାରେ ୬ଜଣ ହାର୍ଡକୋର୍‍ ମାଓବାଦୀ ଧରାପଡ଼ିବା ଅନ୍ୟ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି । ଏମାନେ ଦୀର୍ଘ ବର୍ଷ ଧରି ମାଓ ସଙ୍ଗଠନରେ ରହି ଅନେକ ହିଂସାକାଣ୍ଡରେ ଜଡ଼ିତ ଥିଲେ। ଏମାନଙ୍କ ମଧ୍ୟରୁ ୯ ଜଣଙ୍କ ମୁଣ୍ଡ ଉପରେ ମୋଟ ୨୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଛତିଶଗଡ଼ ସରକାର।

କୋଣ୍ଟା ଥାନା ଅଞ୍ଚଳରୁ ୨ ଜଣ ଓ ବେଜି ଥାନା ଅଞ୍ଚଳରୁ ୪ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ଏହି ମାଓବାଦୀମାନେ କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ବଡ କ୍ଷତି ପହଞ୍ଚାଇବାକୁ ଯୋଜନା କରୁଥିଲେ । ସେମାନଙ୍କ ଠାରୁ ୩କେଜିର ଟିଫିନ ବୋମା,୫ଟି ଡେଟୋନେଟର୍‍ ତାର ଇତ୍ୟାଦି ଜବତ କରାଯାଇଛି ।

ସୁରକ୍ଷା ବାହିନୀର ଲଗାତାର ମାଓ ବିରୋଧୀ ଅଭିଯାନ ଦ୍ବାରା ହତୋତ୍ସାହିତ ହୋଇ ସଙ୍ଗଠନର ଆଭିମୁଖ୍ୟ ପ୍ରତି ବିତସ୍ପୃହ ହୋଇ ଆତ୍ମସମର୍ପଣ କରିଥିବା ମାଓବାଦୀମାନେ କହିଛନ୍ତି। ମାଓ ସଙ୍ଗଠନର ବଡ଼ ନେତାଙ୍କ ମୃତ୍ୟୁ ପରେ ସଙ୍ଗଠନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଏହା ସହ ପୁଲିସ ପକ୍ଷରୁ ଘନ ଘନ କମ୍ଵିଂ ଅପରେସନ ଯୋଗୁଁ ମାଓବାଦୀମାନେ ଜୀବନ ବଞ୍ଚାଇବା ପାଇଁ ଆତ୍ମସମର୍ପଣ କରୁଛନ୍ତି। ଏମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Tags: