ଷ୍ଟାର୍ଟଅପ୍‌ ଯାତ୍ରା ଓ ଷ୍ଟାର୍ଟଅପ୍‌ ଏକ୍ସପ୍ରେସ୍‌ର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଚନ୍ଦ୍ରଶେଖରପୁର : ଆଜି ଷ୍ଟାର୍ଟଅପ୍‌ ଓଡିଶା ପକ୍ଷରୁ ନୂତନ ସଂସ୍କରଣ ଓଡିଶା ଷ୍ଟାର୍ଟଅପ୍‌ ଯାତ୍ରା ଓ ଷ୍ଟାର୍ଟଅପ୍‌ ଏକ୍ସପ୍ରେସ୍‌ ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିବେ। ଓଡିଆ ଯୁବ ପ୍ରତିଭାମାନଙ୍କୁ ତୃଣମୂଳ ସ୍ତରରେ ଉଦ୍ଭାବନ, ଔଦ୍ୟୋଗିକତା କ୍ଷେତ୍ରରେ ମାର୍ଗଦର୍ଶନ ଓ ସଶକ୍ତ କରିବା ପାଇଁ ଏହି ଅଭିଯାନ ସେମାନଙ୍କୁ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ମଧ୍ୟରେ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିବ। ଏହି ଅଭିଯାନ ମାଧ୍ୟମରେ ଷ୍ଟାର୍ଟଅପ୍‌ ଓଡିଶା, ରାଜ୍ୟର ୩୦ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡିକ […]

Samaya Live Picture
Published On

ଚନ୍ଦ୍ରଶେଖରପୁର : ଆଜି ଷ୍ଟାର୍ଟଅପ୍‌ ଓଡିଶା ପକ୍ଷରୁ ନୂତନ ସଂସ୍କରଣ ଓଡିଶା ଷ୍ଟାର୍ଟଅପ୍‌ ଯାତ୍ରା ଓ ଷ୍ଟାର୍ଟଅପ୍‌ ଏକ୍ସପ୍ରେସ୍‌ ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିବେ। ଓଡିଆ ଯୁବ ପ୍ରତିଭାମାନଙ୍କୁ ତୃଣମୂଳ ସ୍ତରରେ ଉଦ୍ଭାବନ, ଔଦ୍ୟୋଗିକତା କ୍ଷେତ୍ରରେ ମାର୍ଗଦର୍ଶନ ଓ ସଶକ୍ତ କରିବା ପାଇଁ ଏହି ଅଭିଯାନ ସେମାନଙ୍କୁ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ମଧ୍ୟରେ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିବ।

ଏହି ଅଭିଯାନ ମାଧ୍ୟମରେ ଷ୍ଟାର୍ଟଅପ୍‌ ଓଡିଶା, ରାଜ୍ୟର ୩୦ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡିକ ସହ ଜଡିତ ହେବ । ୨୦୦ରୁ ଅଧିକ କଲେଜ ଓ ୬୦ରୁ ଅଧିକ ବିଦ୍ୟାଳୟକୁ ସାମିଲ କରି ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବ । ଏହି ଅଭିଯାନର ଅଂଶ ଭାବେ ଷ୍ଟାର୍ଟଅପ୍‌ ଓଡିଶା କଲେଜ୍‌ଗୁଡିକରେ ୨୦୦ରୁ ଅଧିକ ଭ୍ୟାନ୍‌ କ୍ୟାମ୍ପ ଏବଂ ବିଭିନ୍ନ ସ୍କୁଲ୍‌ରେ ୬୦ଟି ଭ୍ୟାନ୍‌ କ୍ୟାମ୍ପ୍‌ ସମେତ ୧୨୦ରୁ ଅଧିକ ବୁଟ୍‌ କ୍ୟାମ୍ପର ପରିଚାଳନା କରିବ । ଯାହା ୩୫୦୦ରୁ ଅଧିକ ବିଚାରଧାରା ସୃଷ୍ଟି କରିବ ।

ଷ୍ଟାର୍ଟଅପ୍‌ ଯାତ୍ରା ଏହି ପ୍ରୟାସକୁ ନୂଆ ଉଚ୍ଚତାକୁ ନେବାକୁ ଲକ୍ଷ୍ୟ ରଖିଛି । ଯେଉଁଠାରେ ସର୍ବନିମ୍ନ ୫୦ଟି ମନୋନିତ ବିଚାରଧାରାକୁ ଏକ ୩ ଦିନିଆ ଆକ୍ସିଲରେଶନ ପ୍ରୋଗ୍ରାମ ପାଇଁ ଆମନ୍ତ୍ରିତ କରାଯିବ । ଏହାପରେ ଶୀର୍ଷ ୨୫ଟି ବିଚାରଧାରାକୁ ଡେମୋ ଡେ’ ପାଇଁ ଓ-ହବ୍‌କୁ ଆମନ୍ତ୍ରିତ କରାଯିବ । ଯାହାମଧ୍ୟରୁ ୧୦ଟିକୁ ନିଜର ବିଚାରକୁ ମୂଲ୍ୟବାନ ଷ୍ଟାର୍ଟଅପ୍‌ ଭେଞ୍ଚର୍‌ରେ ବିକଶିତ କରିବା ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ପାଣ୍ଠି ସହିତ ପୁରସ୍କୃତ କରାଯିବ । ଏକ ଉତ୍ସର୍ଗୀକୃତ ମୋବାଇଲ ଆପ୍ଲିକେଶନକୁ ଯୁବ ଉଦ୍ଭାବକଙ୍କଠାରୁ ଅଭିନବ ବିଚାରଗୁଡିକୁ ସଂଗ୍ରହ କରିବା ଲାଗି ବିକଶିତ କରାଯାଇଛି ।

Tags: