ଷଣ୍ଢ କଚାଡି ଦେବାରୁ ବୃଦ୍ଧଙ୍କ ମୃତ୍ୟୁ

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଦେଓଦାଗାଁରେ ଏକ ଅଭାବନୀୟ ଘଟଣା ଦେଖାଦେଇଛି। ଷଣ୍ଢ କଚାଡି ଦେବାରୁ ଗଲା ବୃଦ୍ଧଙ୍କ ଜୀବନ । ମୃତ ବୃଦ୍ଧ ଜଣଙ୍କ ହେଉଛନ୍ତି ଦେଓଦା ଗ୍ରାମର ଅଲେଖ ମଲିକ। ବୟସ ୬୫ ବର୍ଷ ହେବ ବୋଲି ଜଣାପଡିଛି। ବାଡ଼ିରେ ଷଣ୍ଡ ପଶି ଫସଲ ନଷ୍ଟ କରୁଥିବା ଦେଖି ଅଲେଖ ଘଉଡାଇବାକୁ ଆସିଥିଲେ I ମାତ୍ର ସେ ଷଣ୍ଢ ଆକ୍ରମର ଶିକାର ହୋଇଛନ୍ତି I ଏହା ପରେ ପରିବାର ଲୋକେ […]

Samaya Live Picture
Published On

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଦେଓଦାଗାଁରେ ଏକ ଅଭାବନୀୟ ଘଟଣା ଦେଖାଦେଇଛି। ଷଣ୍ଢ କଚାଡି ଦେବାରୁ ଗଲା ବୃଦ୍ଧଙ୍କ ଜୀବନ । ମୃତ ବୃଦ୍ଧ ଜଣଙ୍କ ହେଉଛନ୍ତି ଦେଓଦା ଗ୍ରାମର ଅଲେଖ ମଲିକ। ବୟସ ୬୫ ବର୍ଷ ହେବ ବୋଲି ଜଣାପଡିଛି। ବାଡ଼ିରେ ଷଣ୍ଡ ପଶି ଫସଲ ନଷ୍ଟ କରୁଥିବା ଦେଖି ଅଲେଖ ଘଉଡାଇବାକୁ ଆସିଥିଲେ I ମାତ୍ର ସେ ଷଣ୍ଢ ଆକ୍ରମର ଶିକାର ହୋଇଛନ୍ତି I ଏହା ପରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ଅଲେଖଙ୍କୁ ମୃତ ଘୋଷଣା କରିଥିଲେ। ଅଲେଖଙ୍କ ମୃତ୍ୟୁ ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି।

Tags: