ଶ୍ରୀମନ୍ଦିର ରୋଷଘରେ ଲାଗିବ ସିସି କ୍ୟାମେରା

ପୁରୀ: ଅପ୍ରେଲ ୦୭: ଶ୍ରୀମନ୍ଦିରରେ ପସି ରୋଷଘର ଚୁଲି ଭାଙ୍ଗିବା ଘଟଣାରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ରୋଷଘରେ ସିସିଟିଭି ଲଗାଯାଇପାରେ ବୋଲି ସୂଚନା ମିଳିଛି।ଅଭିଯୁକ୍ତ ଜଗନ ମହାପାତ୍ରକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।ତେବେ ପୁରୀ ଏସ୍ଡିଜେଏମ୍ କୋର୍ଟ ତାର ଜାମିନ ନାମଞ୍ଜୁର କରିଥିଲେ। ତେବେ ଅଭିଯୁକ୍ତର କହିବା ଅନୁସାରେ ପ୍ରଭୁ ଜଗନ୍ନାଥଙ୍କୁ ବହୁତ ଭଲ ସେ ପାଏ, ତାଙ୍କୁ ଭକ୍ତି କରେ। କିଛି […]

Samaya Live Picture
Published On

ପୁରୀ: ଅପ୍ରେଲ ୦୭: ଶ୍ରୀମନ୍ଦିରରେ ପସି ରୋଷଘର ଚୁଲି ଭାଙ୍ଗିବା ଘଟଣାରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ରୋଷଘରେ ସିସିଟିଭି ଲଗାଯାଇପାରେ ବୋଲି ସୂଚନା ମିଳିଛି।ଅଭିଯୁକ୍ତ ଜଗନ ମହାପାତ୍ରକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।ତେବେ ପୁରୀ ଏସ୍ଡିଜେଏମ୍ କୋର୍ଟ ତାର ଜାମିନ ନାମଞ୍ଜୁର କରିଥିଲେ। ତେବେ ଅଭିଯୁକ୍ତର କହିବା ଅନୁସାରେ ପ୍ରଭୁ ଜଗନ୍ନାଥଙ୍କୁ ବହୁତ ଭଲ ସେ ପାଏ, ତାଙ୍କୁ ଭକ୍ତି କରେ। କିଛି ଲୋକ ଖାଇବାକୁ ପାଉ ନଥିବାବେଳେ ଆଉ କାହାର ବହୁତ ଖାଦ୍ୟ ଅଛି। ଏନେଇ ମନରେ ଅଭିମାନ ଥିବାରୁ ଘଟଣା ଦିନ ରୋଷଘରକୁ ଯାଇ ସେଠି କେହି ନଥିବା ଦେଖି ନିଜ ହାତରେ ଚୁଲି ଭାଙ୍ଗିଥିଲି ବୋଲି ଅଭିଯୁକ୍ତ କହିଛି।