ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ଫାଇଭ୍-ଟି ଅଧ୍ୟକ୍ଷ
ପୁରୀ : ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ I ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଶ୍ରୀ ପାଣ୍ଡିଆନ ଶନିବାର ସକାଳୁ ପୁରୀ ଗସ୍ତରେ ଯାଇ ଏହା ସମୀକ୍ଷା କରିଛନ୍ତି I ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିବା ସମୟରେ ଭକ୍ତ ମାନଙ୍କ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନେବା ପାଇଁ ମଠ ଗୁଡିକର ପୁନରୁଦ୍ଧାର, ଲ୍ୟାଣ୍ଡସ୍କେପିଂ କାମ ତ୍ୱରାନ୍ୱିତ କରିବା ପାଇଁ ପାଇଁ ନିର୍ଦ୍ଦେଶ […]
ପୁରୀ : ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ I ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଶ୍ରୀ ପାଣ୍ଡିଆନ ଶନିବାର ସକାଳୁ ପୁରୀ ଗସ୍ତରେ ଯାଇ ଏହା ସମୀକ୍ଷା କରିଛନ୍ତି I ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିବା ସମୟରେ ଭକ୍ତ ମାନଙ୍କ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନେବା ପାଇଁ ମଠ ଗୁଡିକର ପୁନରୁଦ୍ଧାର, ଲ୍ୟାଣ୍ଡସ୍କେପିଂ କାମ ତ୍ୱରାନ୍ୱିତ କରିବା ପାଇଁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ସେ ଭକ୍ତ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।
ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ଏମାର ମଠ,ପଞ୍ଜାବୀ ମଠ ଆଦିର ପୁନରୁଦ୍ଧାର ପାଇଁ ପରାମର୍ଶ ଦେଇଥିଲେ। ଏହା ସହିତ ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମରୀଚି କୋଟ୍ ଛକଠାରୁ ସିଂହଦ୍ୱାର ଯାଏଁ ଟନେଲ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି I ଏହି ଟନେଲ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରୁ ଭେଣ୍ଡିଂ ଜୋନ୍ ହଟାଇ ଅନ୍ୟତ୍ର ଥଇଥାନ କରିବା ପାଇଁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଏହି କାମ ଶେଷ କରିବା ପାଇ ଲକ୍ଷ୍ୟ ରଖାଯାଇଛି । ତେବେ ପାର୍କିଂ ପାଇଁ ୩ଟି ମଲ୍ଟି ପାର୍କିଂ ବ୍ୟବସ୍ଥା କରାଯାଉଛି । ତେଣୁ ମରିଚିକୋଟ ଛକରୁ ସିଂହଦ୍ୱାର ମଧ୍ୟରେ ଥିବା ସମସ୍ତ ଉଠା ଦୋକାନୀମାନଙ୍କୁ ସ୍ଥାନାନ୍ତର କରାଯିବା ନେଇ ଯୋଜନା ରହିଥିବା ନେଇ କହିଛନ୍ତି ।
ସେହିପରି ଶ୍ରୀମନ୍ଦିର ଉତ୍ତର ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ୱର ଲ୍ୟାଣ୍ଡସ୍କେପିଂ କାମ ଡିସେମ୍ବର ୯ ତାରିଖ ସୁଦ୍ଧା ସାରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ମଠ ପୁନନିର୍ମାଣ ପାଇଁ ଅଧିକ ସଂଖ୍ୟକ ଦକ୍ଷ କାରିଗର ନିଯୁକ୍ତ କରିବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେବା ସହ ମେଘନାଦ ପାଚେରୀ ନିକଟରେ ସବୁ ବିଦ୍ୟୁତ ଜନିତ କାମକୁ ଶୀଘ୍ର ସାରିବାକୁ ସେ ପରାମର୍ଶ ଦେଇଥିଲେ ।




