ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ଦର୍ଶନ ବ୍ୟବସ୍ଥା,ବନ୍ଦ ହେବନି ଭିତରକାଠ ଦର୍ଶନ
ପୁରୀ : ନୂଆ ବର୍ଷରେ ଶ୍ରୀମନ୍ଦିର ଭିଡକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି । ୨୮ ଓ ୨୯ ତାରିଖରୁ ପରୀକ୍ଷାମୂଳକ ଧାଡ଼ିଦର୍ଶନ ବ୍ୟବସ୍ଥା କରାଯିବ। ଯଦି ତାହା ସଫଳ ହୁଏ, ନୂଆବର୍ଷରୁ ଲାଗୁ କରାଯିବ। ଏନେଇ ସୋମବାର ପ୍ରତିହାରୀ ନିଯୋଗ ସହ ସମନ୍ୱୟ ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ବୈଠକ ପରେ ମୁଖ୍ୟ ପ୍ରଶାସକ ଡ. ପାଢ଼ୀ କହିଛନ୍ତି, ଇଂରାଜୀ ନୂଆବର୍ଷରେ […]
ପୁରୀ : ନୂଆ ବର୍ଷରେ ଶ୍ରୀମନ୍ଦିର ଭିଡକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି । ୨୮ ଓ ୨୯ ତାରିଖରୁ ପରୀକ୍ଷାମୂଳକ ଧାଡ଼ିଦର୍ଶନ ବ୍ୟବସ୍ଥା କରାଯିବ। ଯଦି ତାହା ସଫଳ ହୁଏ, ନୂଆବର୍ଷରୁ ଲାଗୁ କରାଯିବ। ଏନେଇ ସୋମବାର ପ୍ରତିହାରୀ ନିଯୋଗ ସହ ସମନ୍ୱୟ ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ବୈଠକ ପରେ ମୁଖ୍ୟ ପ୍ରଶାସକ ଡ. ପାଢ଼ୀ କହିଛନ୍ତି, ଇଂରାଜୀ ନୂଆବର୍ଷରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ରହିବ। ଏଣୁ ନୂଆବର୍ଷରେ ନୂଆ ବ୍ୟବସ୍ଥା ଲାଗୁ ନ କରିବାକୁ ପ୍ରସ୍ତାବ ଆସିଥିଲା।
ଶ୍ରୀ ପାଢ଼ୀ କହିଛନ୍ତି, ଶ୍ରୀମନ୍ଦିରର ସମସ୍ତ ପ୍ରମୁଖ ନିଯୋଗଙ୍କ ସହ ପରବର୍ତ୍ତୀ ସମୟରେ ପରାମର୍ଶ ବୈଠକ କରିବାକୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି କରାଯାଇଛି । କମିଟିରେ ଏସ୍ପି, ଶ୍ରୀମନ୍ଦିର କମାଣ୍ଡର, ନୀତି ପ୍ରଶାସକ ମଧ୍ୟ ରହିଛନ୍ତି । ନୂଆ ବ୍ୟାରିକେଡ୍ ଦର୍ଶନ ବ୍ୟବସ୍ଥାରେ କିଛି ବି ଅସୁବିଧା ନଜର ଆସିଲେ ଏହାକୁ ପରବର୍ତ୍ତୀ ସମୟରେ ସୁଧାର କରାଯିବ । ବ୍ୟାରିକେଡ୍ ବ୍ୟବସ୍ଥା ନିମନ୍ତେ ନାଟମଣ୍ଡପରେ ଥିବା ହୁଣ୍ଡି ସ୍ଥାନାନ୍ତର କରିବାକୁ ପଡ଼ିବ ।
ଶ୍ରୀମନ୍ଦିର ନିୟମ ମୁତାବକ ହୁଣ୍ଡି କରିବା, ସ୍ଥାନାନ୍ତର ଓ ହଟାଇବାକୁ ହେଲେ ରାଜ୍ୟ ସରକାରଙ୍କ ବିଧି ବିଭାଗର ଅନୁମତି ଆବଶ୍ୟକ ପଡ଼ିବ। ସରକାରଙ୍କଠାରୁ ଏନେଇ ଅନୁମତି ନିଆଯାଇ ହୁଣ୍ଡି ସ୍ଥାନାନ୍ତର କରାଯିବ । ସେହିପରି ନୂଆ ଦର୍ଶନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏକ ଏସ୍ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମ)କୁ ମଧ୍ୟ ପାଳନ କରାଯିବ । ମାତ୍ର ଶ୍ରଦ୍ଧାଳୁଙ୍କ ଭିତରକାଠ ଦର୍ଶନ ବ୍ୟବସ୍ଥା ବନ୍ଦ ହେବ ନାହିଁ । ନୂଆ ବ୍ୟାରିକେଡ ବ୍ୟବସ୍ଥା ହେଲେ ଏହା ଭିତରକାଠ ଦର୍ଶନ ବିଧି ବ୍ୟବସ୍ଥାରେ କୌଣସି ହାନି ପହଞ୍ଚାଇବ ନାହିଁ । ପୂର୍ବଭଳି ନୀତି ନିର୍ଦ୍ଧାରିତ ସମୟରେ ଶ୍ରଦ୍ଧାଳୁମାନେ ଭିତର କାଠ ପର୍ଯ୍ୟନ୍ତ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।




