ଶରଧାବାଲିରେ ତିନି ରଥ
ଶରଧାବାଲିରେ ପହଞ୍ଚିଲେ ମହାପ୍ରଭୁ । ରଥଯାତ୍ରାର ପରଦିନ ଅର୍ଥାତ ଦ୍ବିତୀୟ ଦିନରେ ରଥଟଣାହୋଇ ଶରଧାବାଲିରେ ପହଞ୍ଚିଛନ୍ତି । ଏହି ସମୟରେ ହରିବୋଲ, ହୁଳହୁଳିରେ ବଡଦାଣ୍ଡ କମ୍ପୁଥିଲା । ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ପ୍ରଥମେ ବଳଭଦ୍ରଙ୍କ ତାଲଧ୍ବଜ ରଥ ଗଢିଥିଲା । ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡ଼ିଥିଲା। ଶେଷରେ ନନ୍ଦିଘୋଷ ରଥ ଟଣା ହୋଇ ଶରଧାବାଲିରେ ଲାଗିଥିଲା । ଠାକୁରଙ୍କର ଏହି ଅପୂର୍ବ ଯାତ୍ରାର ସାକ୍ଷୀ ପାଲଟିଛନ୍ତି ଲକ୍ଷାଧୀକ ଭକ୍ତ । ଗତକାଲି ବର୍ଷାଥିଲେ ମଧ୍ୟ ଆଜି ପାଗ ଭଲ ଦେଇଛି ଯାହା ସମସ୍ତ କାର୍ଯ୍ୟକୁ ଆହୁରି ସୁରୁଖୁରୁ କରିଛି । ବଡ଼ଦାଣ୍ଡରେ ଅପୂର୍ବ ଦୃଶ୍ୟକୁ ସମସ୍ତେ ଉପଭୋଗ କରୁଥିବାର ଦେଖିବାକୁ ମିଳୁଛି ।
Tags:




