ଲ’ ଅଫିସରଙ୍କ ଦୈନିକ ଫି’ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର : ନନ–କ୍ୟାଡର ଲ’ ଅଫିସର ଓ ରିଟେନରଙ୍କ ଦୈନିକ ଫି’ବୃଦ୍ଧି କଲେ ରାଜ୍ୟ ସରକାର I ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମୋକଦ୍ଦମା ପରିଚାଳନା ଏହି ଲ’ଅଫିସର ମାନଙ୍କର ୫୦ ପ୍ରତିଶତ ଦୈନିକ ଫି’ବୃଦ୍ଧି କରାଯାଇଛି। ଏହା ଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧୨୧୫ ଜଣ ଲ’ଅଫିସର ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଲ’ଅଫିସର ମାନଙ୍କ ଦୈନିକ ଓ ରିଟେନର ଫି’କୁ ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଫି’ଅନୁଯାୟୀ, କାର୍ଯ୍ୟରତ ୧୮୪ […]

Samaya Live Picture
Published On

ଭୁବନେଶ୍ୱର : ନନ–କ୍ୟାଡର ଲ’ ଅଫିସର ଓ ରିଟେନରଙ୍କ ଦୈନିକ ଫି’ବୃଦ୍ଧି କଲେ ରାଜ୍ୟ ସରକାର I ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମୋକଦ୍ଦମା ପରିଚାଳନା ଏହି ଲ’ଅଫିସର ମାନଙ୍କର ୫୦ ପ୍ରତିଶତ ଦୈନିକ ଫି’ବୃଦ୍ଧି କରାଯାଇଛି। ଏହା ଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧୨୧୫ ଜଣ ଲ’ଅଫିସର ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଲ’ଅଫିସର ମାନଙ୍କ ଦୈନିକ ଓ ରିଟେନର ଫି’କୁ ବୃଦ୍ଧି କରିଛନ୍ତି।

ଏହି ବର୍ଦ୍ଧିତ ଫି’ଅନୁଯାୟୀ, କାର୍ଯ୍ୟରତ ୧୮୪ ଜଣ ଆଡିସନାଲ ପବ୍ଲିକ ପ୍ରୋସିକ୍ୟୁଟର ମାନେ ଦୈନିକ ଫି’ବାବଦରେ ୧,୨୫୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧,୮୭୫ ଟଙ୍କା ପାଇବେ। ସେହିଭଳି ରିଟେନର ଫି’ପୂର୍ବରୁ ୮,୨୦୦ ଟଙ୍କା ପାଉଥିବାବେଳେ, ବର୍ତ୍ତମାନ ୧୨,୩୦୦ ଟଙ୍କା ପାଇବେ।

ସେହିଭଳି କାର୍ଯ୍ୟରତ ୭୪୦ ଜଣ ଆସିଷ୍ଟାଣ୍ଟ ପବ୍ଲିକ ପ୍ରୋସିକ୍ୟୁଟର ମାନେ ପୂର୍ବରୁ ଦୈନିକ ଫି’ବାବଦରେ ୧,୧୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧,୬୫୦ ପାଇବେ। ରିଟେନର ଫି’ବାବଦରେ ପୂର୍ବରୁ ୪,୦୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୬,୦୦୦ ଟଙ୍କା ପାଇବେ।

୮୫ ଜଣ ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟରଙ୍ ମାନେ ପୂର୍ବରୁ ଦୈନିକ ଫି’ବାବଦରେ ୧,୨୫୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧,୮୭୫ ଟଙ୍କା ପାଇବେ। ରିଟେନର ଫି’ବାବଦରେ ପୂର୍ବରୁ ୮,୨୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧୨,୩୦୦ ଟଙ୍କା ପାଇବେ। ସେହିଭଳି କାର୍ଯ୍ୟରତ ୨୯ଜଣ ସରକାରୀ ପ୍ଲିଡ଼ର ଏବଂ ୧୧୩ ଜଣ ଆସିଷ୍ଟାଣ୍ଟ ସରକାରୀ ପ୍ଲିଡ଼ର ମାନେ ପୂର୍ବରୁ ରିଟେନର ଫି’ବାବଦରେ ୮,୨୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧୨,୩୦୦ ପାଇବେ।

Tags: