ଲୋୟର ପିଏମଜିରେ ଶିକ୍ଷକଙ୍କ ବିଶାଳ ସମାବେଶ

ଭୁବନେଶ୍ୱର : ପୁଣି ରାଜରାସ୍ତାରେ ଗୁରୁ ଗର୍ଜ୍ଜନ I ଏକାଧିକ ଦାବିନେଇ ଲୋୟର ପିଏମଜିରେ ଶିକ୍ଷକଙ୍କ ବିଶାଳ ସମାବେଶ I ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶିକ୍ଷକ, ଶିକ୍ଷୟତ୍ରୀ,କର୍ମଚାରୀ,ପୁରାତନ ଛାତ୍ର ଓ ପରିଚାଳନା କମିଟିର ସଦସ୍ୟ ମାନେ ଏକାଠି ହୋଇ ଗର୍ଜିଛନ୍ତି । ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ନ କରିବା ପ୍ରତିବାଦରେ ପୁଣି ରାଜରାସ୍ତାକୁ ଓହ୍ଲାଇଛନ୍ତି ଓଷ୍ଟା ଶିକ୍ଷକ । ରାଜଧାନୀ ଲୋୟର ପିଏମଜିରେ ଓଷ୍ଟା ଶିକ୍ଷକଙ୍କ ବିଶାଳ ସମାବେଶ । ଆଜି ପର୍ଯ୍ୟନ୍ତ ଅନୁଦାନ ପାଇନଥିବା […]

Samaya Live Picture
Published On

ଭୁବନେଶ୍ୱର : ପୁଣି ରାଜରାସ୍ତାରେ ଗୁରୁ ଗର୍ଜ୍ଜନ I ଏକାଧିକ ଦାବିନେଇ ଲୋୟର ପିଏମଜିରେ ଶିକ୍ଷକଙ୍କ ବିଶାଳ ସମାବେଶ I ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶିକ୍ଷକ, ଶିକ୍ଷୟତ୍ରୀ,କର୍ମଚାରୀ,ପୁରାତନ ଛାତ୍ର ଓ ପରିଚାଳନା କମିଟିର ସଦସ୍ୟ ମାନେ ଏକାଠି ହୋଇ ଗର୍ଜିଛନ୍ତି । ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ନ କରିବା ପ୍ରତିବାଦରେ ପୁଣି ରାଜରାସ୍ତାକୁ ଓହ୍ଲାଇଛନ୍ତି ଓଷ୍ଟା ଶିକ୍ଷକ । ରାଜଧାନୀ ଲୋୟର ପିଏମଜିରେ ଓଷ୍ଟା ଶିକ୍ଷକଙ୍କ ବିଶାଳ ସମାବେଶ । ଆଜି ପର୍ଯ୍ୟନ୍ତ ଅନୁଦାନ ପାଇନଥିବା ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବା,ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଉଥିବା ଶିକ୍ଷକ ଓ କର୍ମଚାରୀଙ୍କୁ ଅବସରକାଳୀନ ସୁବିଧା ପ୍ରଦାନ କରିବା, ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ କରିବା ଇତ୍ୟାଦି ଦାବିକୁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ପାଳନ କରୁନଥିବାରୁ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ ।

Tags: