ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ
କଟକ : ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଲୁଗା ଦୋକାନ I ଆଜି ସକାଳ ୮ଟାରେ କଟକ ଚୌଧୁରୀ ବଜାର ସ୍ଥିତ ପଢିଆରୀ ପାଠାଗାର ନିକଟରେ ଘଟିଛି ଏହି ଅଗ୍ନିକାଣ୍ଡ । ଏକ ତିନି ମହଲା ଲୁଗାଦୋକାନରେ ନିଆଁ ଲାଗିଥିବା ସୂଚନା ମିଳିଛି । ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗି ଦୋକାନରେ ଥିବା ଲୁଗାପଟା ସବୁ ଜଳିଯାଇଥିବା ସୂଚନା ମିଳିଛି I ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀଙ୍କ ସହିତ ୩ଟି ଦମକଳ ଗାଡି ନିୟୋଜିତ ଅଛନ୍ତି I […]
କଟକ : ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଲୁଗା ଦୋକାନ I ଆଜି ସକାଳ ୮ଟାରେ କଟକ ଚୌଧୁରୀ ବଜାର ସ୍ଥିତ ପଢିଆରୀ ପାଠାଗାର ନିକଟରେ ଘଟିଛି ଏହି ଅଗ୍ନିକାଣ୍ଡ । ଏକ ତିନି ମହଲା ଲୁଗାଦୋକାନରେ ନିଆଁ ଲାଗିଥିବା ସୂଚନା ମିଳିଛି । ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗି ଦୋକାନରେ ଥିବା ଲୁଗାପଟା ସବୁ ଜଳିଯାଇଥିବା ସୂଚନା ମିଳିଛି I ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀଙ୍କ ସହିତ ୩ଟି ଦମକଳ ଗାଡି ନିୟୋଜିତ ଅଛନ୍ତି I
ସୂଚନାନୁଯାୟୀ,ଆଜି ସକାଳ ୮ଟାରେ ଚୌଧୁରୀବଜାରରେ ସଲାସର୍ ଶାଢ଼ୀ ଦୋକାନରେ ବଡ ଧରଣର ଅଗ୍ନକାଣ୍ଡ ହୋଇଛି। ଏବେ ସୁଦ୍ଧା ଦୋକାନରେ ନିଆଁ ଲିଭାଇବା କାମ ଜାରି ରହିଛି। ନିଆଁ ପ୍ରଥମେ ତଳ ମହଲରୁ ଲାଗି ୨ୟ ଓ ୩ୟ ମହଲାକୁ ବ୍ୟାପିଥିଲା I କୋଠାରୁ ନିଆଁ ବାହାରୁଥିବା ସ୍ଥାନୀୟ ଲୋକ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତେବେ ନିଆଁ ଓ ପ୍ରବଳ ଧୂଆଁ ବାହାରୁ ଥିବାରୁ ଭିତରକୁ ଯାଇ ନିଆଁ ଲିଭାଇବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ବିଲ୍ଡିଂରେ ଲାଗିଥିବା କାଚକୁ ଭାଙ୍ଗି ସିଡ଼ି ଦ୍ୱାରା ଚଢ଼ି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଅଗ୍ନିଶମ ବିଭାଗର ତିନୋଟି ଗାଡି ଘଟଣାସ୍ଥଳରେ ପହଞ୍ଚି ଏହାକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲା । କୌଣସି ମୃତାହତ ବିଷୟରେ ସୂଚନା ମିଳିନାହିଁ I




