ଲିଭର ପ୍ରତିରୋପଣ ପରେ ବି ଆଖି ବୁଜିଲେ ସାନ ଯାଆ
ସମ୍ବଲପୁର : ସମ୍ବଲପୁର ଝାଙ୍କରପାଲିରୁ ଆସିଛି ଏକ ଦୁଃଖଦ ଖବର । ଲିଭର ପ୍ରତିରୋପଣ ହୋଇଥିବା ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ସାନ ଯାଆଙ୍କୁ ତାଙ୍କ ବଡ଼ ଯାଆ ନିଜ ଲିଭର ଦାନ କରିଥିଲେ। ଏହା ସତ୍ୱେ ସାନ ଯାଆଙ୍କୁ ବଞ୍ଚାଇପାରି ନାହାନ୍ତି ଡାକ୍ତର। ଲିଭର ପ୍ରତିରୋପଣ ର ୨୮ ଦିନ ପରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଆଖି ବୁଜିଛନ୍ତି ସାନ ଯାଆ । ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ସ୍ବାମୀ […]
ସମ୍ବଲପୁର : ସମ୍ବଲପୁର ଝାଙ୍କରପାଲିରୁ ଆସିଛି ଏକ ଦୁଃଖଦ ଖବର । ଲିଭର ପ୍ରତିରୋପଣ ହୋଇଥିବା ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ସାନ ଯାଆଙ୍କୁ ତାଙ୍କ ବଡ଼ ଯାଆ ନିଜ ଲିଭର ଦାନ କରିଥିଲେ। ଏହା ସତ୍ୱେ ସାନ ଯାଆଙ୍କୁ ବଞ୍ଚାଇପାରି ନାହାନ୍ତି ଡାକ୍ତର। ଲିଭର ପ୍ରତିରୋପଣ ର ୨୮ ଦିନ ପରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଆଖି ବୁଜିଛନ୍ତି ସାନ ଯାଆ । ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ସ୍ବାମୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହାକୁ ନେଇ ତାଙ୍କ ପରିବାର ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛି।
ସୂଚନାନୁସାରେ, ସମ୍ବଲପୁର ଯୁଯୁମୁରା ଝାଙ୍କରପାଲିର ସାନ ଯାଆ ଉମାକାନ୍ତି ପ୍ରଧାନଙ୍କ ପେଟରେ ସେପ୍ଟିକ ହୋଇ ଲିଭର ନଷ୍ଟ ହୋଇଥିଲା । ତେଣୁ ତାଙ୍କଠାରେ ଲିଭର ପ୍ରତିରୋପଣ ଜରୁରୀ ହୋଇପଡ଼ିଥିଲା। ଏଭଳି ସମୟରେ ବଡ଼ ଯାଆ ପ୍ରତିମା ପ୍ରଧାନ ନିଜ ଲିଭର ଦାନ କରିଥିଲେ। ଆଶା କରିଥିଲେ ସାନ ଯାଆ ଭଲ ହୋଇଯିବେ। ଗତ ଜାନୁଆରୀ ୨୪ ତାରିଖ ଦିନ ସାନ ଯା’ଙ୍କର ହୋଇଥିଲା ଲିଭର ପ୍ରତିରୋପଣ । ହେଲେ ଡାକ୍ତରଙ୍କ ସକାଳ ଚେଷ୍ଟା ସତ୍ତ୍ୱେ ଅପରେସନର ୨୮ ଦିନ ପରେ ଆଖି ବୁଝିଛନ୍ତି ସାନ ଯାଆ ଉମାକାନ୍ତି ପ୍ରଧାନ । ସଂକ୍ରମଣ ପାଇଁ ତାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ସବୁ ଅକାମୀ ହୋଇ ଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତରଖାନା ସୂତ୍ରରୁ ଜଣା ପଡିଛି । ଏହି ଦୁଃଖଦ ଖବର ଜଣାପଡିବା ପରେ ପୁରା ପରିବାର ସହିତ ସମଗ୍ର ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।
କିଛିଦିନ ପୂର୍ବରୁ ଯକୃତ ଦାନ କରି ଗଣମାଧ୍ୟମରେ ଚର୍ଚ୍ଚାରେ ଥିଲେ ବଡ଼ ଯାଆ । ପରିବାର ଭିତରେ ଯାଆମାନଙ୍କ ମଧ୍ୟରେ ସାଧାରଣତଃ ମନୋମାଳିନ୍ୟ ରହୁଥିବାବେଳେ ଏଠାରେ କିନ୍ତୁ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ବଡ଼ ଯାଆ ନିଜ ସାନ ଯାଆର ଜୀବନ ବଞ୍ଚାଇବାକୁ ଲିଭର ଦାନ କରିବାକୁ ବି ପଛାଇ ନ ଥିଲେ। ଏହି ଘଟଣାକୁ ନେଇ ବଡ଼ ଯାଆ ଚର୍ଚ୍ଚାକୁ ଆସିଥିଲେ। ହେଲେ ସାନ ଯାଆଙ୍କ ମୃତ୍ୟୁ ଏବେ ସମସ୍ତଙ୍କୁ ବ୍ୟଥିତ କରିଛି।




