ଲକ୍ଷାଧିକ ଟଙ୍କାରେ ବିକ୍ରି ହେଲା ବିରଳ ତେଲିଆ ମାଛ

ପାରାଦୀପ : ସମୁଦ୍ରରୁ ଧରାହେଲା ୧୭ଟି ବିରଳ ତେଲିଆ ମାଛ I ଏହି ସମସ୍ତ ମାଛକୁ ୨୫ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି । ଏହି ମାଛ ତେଲିଆ ପ୍ରଜାତିର ହୋଇଥିବା ବେଳେ ମୋଟ ୧୭ ଟି ମାଛର ଓଜନ ୩ କ୍ୱିଣ୍ଟାଲ ବୋଲି ଜଣାପଡ଼ିଛି । ପ୍ରତି କେଜିର ମୂଲ୍ୟ ୮ ହଜାର ୫୦ ଟଙ୍କା ରେ ହୋଇଥିବା ବେଳେ ପାର୍ବତୀ ନାମ ଟ୍ରଲରରୁ ଏହା ଧରାଯାଇଥିବା କୁହାଯାଉଛି । ପାରାଦୀପ ନେହେରୁ ବଙ୍ଗଳା ମାଛ […]

Samaya Live Picture
Published On

ପାରାଦୀପ : ସମୁଦ୍ରରୁ ଧରାହେଲା ୧୭ଟି ବିରଳ ତେଲିଆ ମାଛ I ଏହି ସମସ୍ତ ମାଛକୁ ୨୫ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି । ଏହି ମାଛ ତେଲିଆ ପ୍ରଜାତିର ହୋଇଥିବା ବେଳେ ମୋଟ ୧୭ ଟି ମାଛର ଓଜନ ୩ କ୍ୱିଣ୍ଟାଲ ବୋଲି ଜଣାପଡ଼ିଛି । ପ୍ରତି କେଜିର ମୂଲ୍ୟ ୮ ହଜାର ୫୦ ଟଙ୍କା ରେ ହୋଇଥିବା ବେଳେ ପାର୍ବତୀ ନାମ ଟ୍ରଲରରୁ ଏହା ଧରାଯାଇଥିବା କୁହାଯାଉଛି । ପାରାଦୀପ ନେହେରୁ ବଙ୍ଗଳା ମାଛ ଧରା ଜେଟୀରେ ଏହି ନିଲାମ ପ୍ରକ୍ରିୟା ଆଜି ସକାଳୁ ହୋଇଥିବା ବେଳେ ଏତେ ମାତ୍ରାରେ ନିଲାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପାରାଦୀପର ଜଣେ ବ୍ୟବସାୟୀ ଏହାର ନିଲାମ ନେଇଥିବା ବେଳେ ଏହାକୁ ଦୀଘା ମାର୍କେଟରେ ବିକ୍ରି କରିବେ ବୋଲି ଜଣାପଡ଼ିଛି ।

Tags: