ରେଳ ବିକାଶ ପାଇଁ ରାଜ୍ୟକୁ ୧୦, ୫୮୬ କୋଟି
ଭୁବନେଶ୍ୱର : ରାଜ୍ୟରେ ରେଳ ବିକାଶ ପାଇଁ ୧୦, ୫୮୬ କୋଟି କେନ୍ଦ୍ରୀୟ ଅନୁଦାନ I ୨୦୨୪-୨୫ ଆର୍ଥିକ ବର୍ଷର ସାଧାରଣ ବଜେଟ୍ରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ଏହି ବ୍ୟୟବରାଦ କରିଛନ୍ତି । ଏନେଇ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏହି ସୂଚନା ଦେଇଛନ୍ତି । ୨୦୦୯ରୁ ୧୪ ମଧ୍ୟରେ ଓଡ଼ିଶାକୁ ରେଳ ବଜେଟ୍ ବାବଦରେ ବାର୍ଷିକ ପ୍ରାୟ ୮୩୮ କୋଟି ଟଙ୍କା ମିଳିଥିବା ବେଳେ କେବଳ […]
ଭୁବନେଶ୍ୱର : ରାଜ୍ୟରେ ରେଳ ବିକାଶ ପାଇଁ ୧୦, ୫୮୬ କୋଟି କେନ୍ଦ୍ରୀୟ ଅନୁଦାନ I ୨୦୨୪-୨୫ ଆର୍ଥିକ ବର୍ଷର ସାଧାରଣ ବଜେଟ୍ରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ଏହି ବ୍ୟୟବରାଦ କରିଛନ୍ତି । ଏନେଇ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏହି ସୂଚନା ଦେଇଛନ୍ତି ।
୨୦୦୯ରୁ ୧୪ ମଧ୍ୟରେ ଓଡ଼ିଶାକୁ ରେଳ ବଜେଟ୍ ବାବଦରେ ବାର୍ଷିକ ପ୍ରାୟ ୮୩୮ କୋଟି ଟଙ୍କା ମିଳିଥିବା ବେଳେ କେବଳ ଚଳିତ ଆର୍ଥିକ ବର୍ଷରେ ଏହାର ସାଢ଼େ ୧୨ ଗୁଣ ଅର୍ଥବରାଦ କରାଯାଇଥିବା ଶ୍ରୀ ବୈଷ୍ଣବ କହିଛନ୍ତି ।
ଗତ ଦଶ ବର୍ଷ ମଧ୍ୟରେ ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ ସମ୍ପର୍କରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରି ରେଳ ମନ୍ତ୍ରୀ କହିଛନ୍ତି, ୨୦୦୯ରୁ ୨୦୧୪ ମଧ୍ୟରେ ରାଜ୍ୟରେ ବାର୍ଷିକ ହାରାହାରି ୫୩ କିଲୋମିଟର ନୂଆ ରେଳ ଲାଇନ୍ ନିର୍ମାଣ ହୋଇଥିବା ସମୟରେ ୨୦୧୪ରୁ ୨୦୨୪ ମଧ୍ୟରେ ଏହାର ୩ ଗୁଣ ଅଧିକ ଅର୍ଥାତ୍ ବାର୍ଷିକ ୧୮୩ କିଲୋମିଟର ନୂଆ ରେଳ ଟ୍ରାକ୍ ନିର୍ମାଣ ହୋଇଛି । ବର୍ତ୍ତମାନ ରାଜ୍ୟରେ ୫୪ ହଜାର ୪୩୪ କୋଟି ଟଙ୍କା ବ୍ୟୟରେ ୪ ହଜାର ୧୭ କିଲୋମିଟର ଲମ୍ବ ୪୦ଟି ରେଳ ଲାଇନ୍ ପ୍ରକଳ୍ପ ନିର୍ମାଣ କାମ ଜାରି ରହିଛି । ଏହାବ୍ୟତୀତ ୨୦୧୪ ପରଠାରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୪୨୭ଟି ଫ୍ଲାଇଓଭର ଏବଂ ଅଣ୍ଡର୍ ବ୍ରିଜ୍ କାମ ହୋଇଥିବା ସେ କହିଛନ୍ତି ।
ଓଡ଼ିଶାର ୫୯ଟି ଷ୍ଟେସନକୁ ଅମୃତ ଷ୍ଟେସନ ଭାବେ ବିକଶିତ କରିବା ଲାଗି କାମ ଜାରି ରହିଛି । ସେଗୁଡ଼ିକ ହେଲା : ଅନୁଗୁଳ, ବାଦାମପାହାଡ଼, ବଲାଙ୍ଗୀର, ବାଲେଶ୍ୱର, ବାଲୁଗାଁ, ବଡ଼ବିଲ, ବରଗଡ଼ ରୋଡ୍, ବାରିପଦା, ବରପାଲି, ବେଲପାହାଡ଼, ବେତନଟୀ, ଭଦ୍ରକ, ଭବାନୀପାଟଣା, ଭୁବନେଶ୍ୱର, ଭୁବନେଶ୍ୱର ନ୍ୟୁ, ବ୍ରଜରାଜନଗର, ଛତ୍ରପୁର, କଟକ, ଦାମନଯୋଡି, ଢେଙ୍କାନାଳ, ଗୁଣପୁର, ହରିଶଙ୍କର ରୋଡ୍, ହେମଗିରି, ହୀରାକୁଦ, ଯାଜପୁର-କେନ୍ଦୁଝର ରୋଡ୍, ଜଳେଶ୍ୱର, ଜରୋଳି, ଜୟପୁର, ଝାରସୁଗୁଡ଼ା ଜଙ୍କସନ୍, ଝାରସୁଗୁଡ଼ା ରୋଡ୍, କଣ୍ଟାବାଞ୍ଜି, କେନ୍ଦୁଝର ଗଡ଼, କେସିଙ୍ଗା, ଖରିଆର ରୋଡ, ଖୋର୍ଦ୍ଧା ରୋଡ୍ ଜଙ୍କସନ୍, କୋରାପୁଟ ଜଙ୍କସନ୍, ଲିଙ୍ଗରାଜ ମନ୍ଦିର ରୋଡ୍, ମଞ୍ଚେଶ୍ୱର, ମେରାମଣ୍ଡଳୀ, ମୁନିଗୁଡ଼ା, ପାନପୋଷ, ପାରଦୀପ, ପାରଳାଖେମୁଣ୍ଡି, ପୁରୀ, ରଘୁନାଥପୁର, ରାଇରଖୋଲ, ରାଇରଙ୍ଗପୁର, ରାଜଗାଙ୍ଗପୁର, ରାୟଗଡ଼ା, ରାଉରକେଲା, ସାଖୀଗୋପାଳ, ସମ୍ବଲପୁର, ସମ୍ବଲପୁର ସିଟି, ସାରୋ, ତାଳଚେର, ତାଳଚେର ରୋଡ୍, ଟିଟିଲାଗଡ଼ ଜଙ୍କସନ୍।




