ରେଳ ଧାରଣାରୁ ଯବାନଙ୍କ ମୃତଦେହ ଉଦ୍ଧାର

କୋରାପୁର : ରେଳଧାରଣାରୁ ବିଏସଏଫ ଯବାନଙ୍କ ମୃତଦେହ ଉଦ୍ଧାର I କୋରାପୁଟ ଜିଲ୍ଲା ଟାଉନ ଥାନା ଲାଣ୍ଡିଗୁଡା ନୂଆ କଲୋନୀ ନିକଟ ଟ୍ରାକରେ ଏହି ଅଘଟଣ ଘଟିଛି । ମୃତ ଯବାନଙ୍କ ନାଁ ଦେବରାଜ ପ୍ରଧାନ I ତାଙ୍କ ମୃତ୍ୟୁର ସଠିକ କାରଣ ଜଣାପଡି ନଥିଲେ ମଧ୍ୟ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି I ସ୍ଥାନୀୟ ପୋଲିସ ଓ ଜିଆରପି ମିଳିତ ଭାବରେ ଏହି ଘଟଣାର ତଦନ୍ତ କରୁଛନ୍ତି I ସୂଚନା ଅନୁସାରେ,ଦେବରାଜ […]

Samaya Live Picture
Published On

କୋରାପୁର : ରେଳଧାରଣାରୁ ବିଏସଏଫ ଯବାନଙ୍କ ମୃତଦେହ ଉଦ୍ଧାର I କୋରାପୁଟ ଜିଲ୍ଲା ଟାଉନ ଥାନା ଲାଣ୍ଡିଗୁଡା ନୂଆ କଲୋନୀ ନିକଟ ଟ୍ରାକରେ ଏହି ଅଘଟଣ ଘଟିଛି । ମୃତ ଯବାନଙ୍କ ନାଁ ଦେବରାଜ ପ୍ରଧାନ I ତାଙ୍କ ମୃତ୍ୟୁର ସଠିକ କାରଣ ଜଣାପଡି ନଥିଲେ ମଧ୍ୟ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି I ସ୍ଥାନୀୟ ପୋଲିସ ଓ ଜିଆରପି ମିଳିତ ଭାବରେ ଏହି ଘଟଣାର ତଦନ୍ତ କରୁଛନ୍ତି I

ସୂଚନା ଅନୁସାରେ,ଦେବରାଜ ପ୍ରଧାନ ଙ୍କ ଘର ଝାରସୁଗୁଡ଼ାରେ ହୋଇଥିବାବେଳେ ସେ କୋରାପୁଟ ବିଏସଏଫ କ୍ୟାମ୍ପରେ ଯବାନ ଭାବରେ କାର୍ଯ୍ୟରତ ଥିଲେ I ଦେବରାଜ ସୋମବାର ସକାଳେ ଡ୍ୟୁଟିକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରିନଥିଲେ। ଫଳରେ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । ହେଲେ ନିରାଶ ହୋଇଥିଲେ। ତାଙ୍କ ମୋବାଇଲ ସୁଇଚ ଅଫ ରହିଥିଲା I ଆଜି ସକାଳେ ରେଳଧାରଣାରେ ଯବାନଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ପଡିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ପରେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

Tags: