ରେଭେନ୍ସା ଶୀଳାରୁ ହୋଇଛି ଶାଳଗ୍ରାମ – ରାଷ୍ଟ୍ରପତି
କଟକ : ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ସେ ରେଭେନ୍ସା ୧୩ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ନିଜ ଅନୁଭୂତି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, ମୋ ଝିଅ ଏଠି ୨ ବର୍ଷ ପାଠ ପଢ଼ିଲା ବେଳେ ମୁଁ ହଷ୍ଟେଲକୁ ଆସିଥିଲି । ଏହା କେବଳ ଇଟା ସିମେଣ୍ଟରେ ଗଢ଼ା ନୁହେଁ, ଏକ ଶାଳଗ୍ରାମ। […]
କଟକ : ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ସେ ରେଭେନ୍ସା ୧୩ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ନିଜ ଅନୁଭୂତି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, ମୋ ଝିଅ ଏଠି ୨ ବର୍ଷ ପାଠ ପଢ଼ିଲା ବେଳେ ମୁଁ ହଷ୍ଟେଲକୁ ଆସିଥିଲି । ଏହା କେବଳ ଇଟା ସିମେଣ୍ଟରେ ଗଢ଼ା ନୁହେଁ, ଏକ ଶାଳଗ୍ରାମ। ଏହା ଭାରତ ଇତିହାସ ସହ ଯୋଡ଼ି ହୋଇ ରହିଛି। ଗତ ଦୁଇ ବର୍ଷ ହେଲା ଝିଅମାନେ ରେଭେନ୍ସାରେ ସଫଳତାର ଆଗରେ ରହିଛନ୍ତି। ପୁଅମାନଙ୍କ ଠାରୁ ଝିଅମାନଙ୍କୁ ଅଧିକ ସଫଳତା ପରିବର୍ତ୍ତନର ପ୍ରମାଣ ଦିଏ ବୋଲି ସେ କହିଛନ୍ତି। ସମାବର୍ତ୍ତନ ଉତ୍ସବ ଅବସରରେ କୃତି ଛାତ୍ରଛାତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଉପାଧି ପ୍ରଦାନ କରିଛନ୍ତି ମହାମହିମ। ଏହି ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ହରିବାବୁ କମ୍ବମପାଟି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇଛନ୍ତି।




