ରେକର୍ଡ ଭାଙ୍ଗୁଛି ତୈଳ ଦର; ଗ୍ରାହକ, ବସ୍ ଚାଳକ ଓ ପମ୍ପ ମାଲିକ ଚିନ୍ତାରେ
ଭୁବନେଶ୍ୱର :ଜୁନ ୨୭: ରେକର୍ଡ ଭାଙ୍ଗୁଛି ତୈଳ ଦର । ପ୍ରତି ଦିନ ହୁ ହୁ ବି ଚାଲିଛି ଡ଼ିଜେଲ ଓ ପେଟ୍ରୋଲ ଦର । ସତେ ଯେପରି ଏହା ଉପରେ କାହାର ନିୟନ୍ତ୍ରଣ ନାହିଁ । ଏହାର ସିଧା ସଳଖ ପ୍ରଭାବ ଗ୍ରାହକ ବସ ଚଳାଚଳ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ଉପରେ ପଡ଼ିଛି । କେତେକ ବସ୍ ମାଲିକ କିଭଳି ବସ ଚଳାଇବେ ତାହାକୁ ନେଇ ଚିନ୍ତାରେ ପଡିଥିଲାବେଳେ ପେଟ୍ରୋଲ ପମ୍ପ ମାଲିକମାନେ ମଧ୍ୟ […]
ଭୁବନେଶ୍ୱର :ଜୁନ ୨୭: ରେକର୍ଡ ଭାଙ୍ଗୁଛି ତୈଳ ଦର । ପ୍ରତି ଦିନ ହୁ ହୁ ବି ଚାଲିଛି ଡ଼ିଜେଲ ଓ ପେଟ୍ରୋଲ ଦର । ସତେ ଯେପରି ଏହା ଉପରେ କାହାର ନିୟନ୍ତ୍ରଣ ନାହିଁ । ଏହାର ସିଧା ସଳଖ ପ୍ରଭାବ ଗ୍ରାହକ ବସ ଚଳାଚଳ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ଉପରେ ପଡ଼ିଛି । କେତେକ ବସ୍ ମାଲିକ କିଭଳି ବସ ଚଳାଇବେ ତାହାକୁ ନେଇ ଚିନ୍ତାରେ ପଡିଥିଲାବେଳେ ପେଟ୍ରୋଲ ପମ୍ପ ମାଲିକମାନେ ମଧ୍ୟ ସେମାନଙ୍କ ବ୍ୟବସାୟକକୁ ନେଇ ଚିନ୍ତିତ ଅଛନ୍ତି । ଗୋଟିଏ ପଟେ କରୋନା କଟକଣା, ସଟ୍ଡାଉନ୍ ଆଦି ଯୋଗୁ ବ୍ୟବସାୟ ବାଧାପ୍ରାପ୍ତ ହୋଇଥିଲାବେଳେ ତୈଳ ଦର ବୃଦ୍ଧି ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି ।




