ରିଲ୍ସ ହେଲା କାଳ, ଦୁର୍ଘଟଣାରେ ଯବାନଙ୍କ ମୃତ୍ୟୁ

ବ୍ରହ୍ମପୁର : ବସ ଧକ୍କାରେ ଯବାନଙ୍କ ମୃତ୍ୟୁ I ଜୁଲାଇ ୬ ତାରିଖ ଦିନ ସେ ଛୁଟି କରିବା ପାଇଁ ଘରକୁ ଆସିଥିବା ବେଳେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ଏପରି ଏକ ଅତି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ବରଡାବିଲି ଠାରେ । ମୃତ ଯବାନ ଜଣକ ହେଲେ କୁଶରା ଗ୍ରାମର ୨୫ ବର୍ଷ ବୟସ୍କ ଜିତେନ୍ଦ୍ର କୁମାର ପାଢୀ । ସେ ଗତ ଦୁଇ ବର୍ଷ ହେବ […]

Samaya Live Picture
Published On

ବ୍ରହ୍ମପୁର : ବସ ଧକ୍କାରେ ଯବାନଙ୍କ ମୃତ୍ୟୁ I ଜୁଲାଇ ୬ ତାରିଖ ଦିନ ସେ ଛୁଟି କରିବା ପାଇଁ ଘରକୁ ଆସିଥିବା ବେଳେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ଏପରି ଏକ ଅତି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ବରଡାବିଲି ଠାରେ । ମୃତ ଯବାନ ଜଣକ ହେଲେ କୁଶରା ଗ୍ରାମର ୨୫ ବର୍ଷ ବୟସ୍କ ଜିତେନ୍ଦ୍ର କୁମାର ପାଢୀ । ସେ ଗତ ଦୁଇ ବର୍ଷ ହେବ ସୀମା ସୁରକ୍ଷା ବାହିନୀରେ ନିଯୁକ୍ତି ପାଇ ପଞ୍ଜାବରେ କାର୍ଯ୍ୟ କରୁଥିଲେ ।

ସୂଚନାନୁସାରେ,ଜିତେନ୍ଦ୍ର ଛୁଟି କଟାଇବା ପାଇଁ ଚଳିତ ମାସ ୬ତାରିଖରେ ଗାଁକୁ ଛୁଟିରେ ଆସିଥିଲେ। ଗତକାଲି ସନ୍ଧ୍ୟାରେ ଜିତେନ୍ଦ୍ର ବାଇକ୍ ଯୋଗେ ସୋରଡ଼ାରୁ ନିଜ ଗାଁକୁ ଆସୁଥିଲେ। ଏହି ସମୟରେ ସେ ନିଜ ବାଇକରେ ଆସୁଥିବାବେଳେ ପ୍ରକୃତିକୁ ଉପଭୋଗ କରିବା ସହିତ ଅନେକ ରିଲ୍ସ ବନାଇ ଫୋନରେ ଉପଲୋଡ଼ କରିଥିଲେ I କିନ୍ତୁ ସେହି ରିଲ୍ସ ଅପଲୋଡ୍ କରିବାର ମାତ୍ର ୧୦ ମିନିଟ୍ ପରେ ବସ୍ ଧକ୍କାରେ ଚାଲିଗଲା ଜିତେନ୍ଦ୍ରଙ୍କ ଜୀବନ। ସେ ନିଜ ଘରକୁ ଆସିକାରୁ ସୋରଡା ଅଭିମୁଖେ ଯାଉଥିବା ସାଇ କ୍ରିଷ୍ଣା ନାମକ ଘରୋଇ ବସ୍‌ ସହ ଜିତେନ୍ଦ୍ରଙ୍କ ବାଇକ୍‌ର ମୁହିଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଯବାନଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ବସ୍‌କୁ ଜବତ କରି ଗାଡ଼ି ଡ୍ରାଇଭରକୁ ଅଟକ ରଖିଛି। ଏହାସହ ଯବାନଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଜିତେନ୍ଦ୍ରଙ୍କର ଆକସ୍ମିକ ଦୁର୍ଘଟଣା ଖବର ପାଇ ସାରା ଗାଁରେ ଶୋକର ଛାୟା ଖେଳି ଯାଇଥିବା ବେଳେ ସାଙ୍ଗ ସାଥି ସହଜରେ ଏହାକୁ ବିଶ୍ୱାସ କରି ପାରୁନାହାନ୍ତି I

Tags: