ରାସ୍ତାରେ ଶୁଖାଯାଇଥିଲା ବାଣ,କାର ମାଡିଯାଇ ଚାଳକ ଗୁରୁତର

କେନ୍ଦ୍ରାପଡା : ନିଶ୍ଚିତ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଲେ ଡାକ୍ତର I ରାସ୍ତାରେ ବାଣ ଶୁଖାଇ ଥିବା ବେଳେ ଚଢ଼ିଗଲା ଡାକ୍ତରଙ୍କ କାର I ବାଣ ଫୁଟିବାରୁ ଡାକ୍ତରଙ୍କ ଗାଡି କ୍ଷତିଗ୍ରସ୍ତ ହୋଇଛି । ଏଥିରେ ଡାକ୍ତର ମଧ୍ୟ ଗୁରୁତର ଆହତ ହୋଇଛନ୍ତି I ଆହତ ଡାକ୍ତରଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣା ଘଟିଛି କେନ୍ଦ୍ରାପଡା ସଦର ଥାନା ଭରତପୁର ଖଣ୍ଡିଆବନ୍ଧି ଗାଁରେ । ସୂଚନାନୁସାରେ, ଭରତପୁର ଖଣ୍ଡିଆ ବନ୍ଧୀ ଗାଁ ରାସ୍ତାରେ […]

Samaya Live Picture
Published On

କେନ୍ଦ୍ରାପଡା : ନିଶ୍ଚିତ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଲେ ଡାକ୍ତର I ରାସ୍ତାରେ ବାଣ ଶୁଖାଇ ଥିବା ବେଳେ ଚଢ଼ିଗଲା ଡାକ୍ତରଙ୍କ କାର I ବାଣ ଫୁଟିବାରୁ ଡାକ୍ତରଙ୍କ ଗାଡି କ୍ଷତିଗ୍ରସ୍ତ ହୋଇଛି । ଏଥିରେ ଡାକ୍ତର ମଧ୍ୟ ଗୁରୁତର ଆହତ ହୋଇଛନ୍ତି I ଆହତ ଡାକ୍ତରଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣା ଘଟିଛି କେନ୍ଦ୍ରାପଡା ସଦର ଥାନା ଭରତପୁର ଖଣ୍ଡିଆବନ୍ଧି ଗାଁରେ ।

ସୂଚନାନୁସାରେ, ଭରତପୁର ଖଣ୍ଡିଆ ବନ୍ଧୀ ଗାଁ ରାସ୍ତାରେ ଡାକ୍ତର ସୁଜିତ୍ ସାମଲ ନିଜର ହୋଣ୍ଡା କାର ନେଇ ଯାଉଥିଲେ । ରାସ୍ତାରେ ସୁଖା ଯାଇଥିବା ବାଣ ଉପରେ କାର୍ ଚଢିଯିବାରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ କାରଟି ଭାଙ୍ଗିଯିବା ସହ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତ ଡାକ୍ତରଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ପହଞ୍ଚି ବାଣ ଜବତ କରିଛି । ତେବେ ଏହି ଘଟଣାରେ ବଣୁଆ ରମାକାନ୍ତ ମଳିକ ଫେରାର ହୋଯାଇଛି ।

Tags: