ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅଙ୍ଗଦାତା ସଂଯୁକ୍ତା ପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ
ହାଟଡିହି: ମୃତ୍ୟୁପରେ ଅଙ୍ଗଦାନ କରିଥିବା ସଂଯୁକ୍ତା ପାତ୍ରଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ସମ୍ପନ୍ନ ହୋଇଛି I ସେ ମୃତ୍ୟୁ ପରେ ଅଙ୍ଗଦାନ କରି ୩ ଜଣଙ୍କ ଜୀବନ ବଞ୍ଚାଇଥିଲେ I କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ସଢ଼ା ଗ୍ରାମର ରବୀନ୍ଦ୍ର ଜେନାଙ୍କ ପତ୍ନୀ ହେଉଛନ୍ତି ସଂଯୁକ୍ତା I ସେ ଗାଧୁଆ ଘରେ ଗୋଡ଼ ଖସିଯିବାରୁ ପଡ଼ିଯାଇ ଗୁରୁତର ହୋଇଥିଲେ। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୧୭ ତାରିଖ […]
ହାଟଡିହି: ମୃତ୍ୟୁପରେ ଅଙ୍ଗଦାନ କରିଥିବା ସଂଯୁକ୍ତା ପାତ୍ରଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ସମ୍ପନ୍ନ ହୋଇଛି I ସେ ମୃତ୍ୟୁ ପରେ ଅଙ୍ଗଦାନ କରି ୩ ଜଣଙ୍କ ଜୀବନ ବଞ୍ଚାଇଥିଲେ I କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ସଢ଼ା ଗ୍ରାମର ରବୀନ୍ଦ୍ର ଜେନାଙ୍କ ପତ୍ନୀ ହେଉଛନ୍ତି ସଂଯୁକ୍ତା I ସେ ଗାଧୁଆ ଘରେ ଗୋଡ଼ ଖସିଯିବାରୁ ପଡ଼ିଯାଇ ଗୁରୁତର ହୋଇଥିଲେ। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୧୭ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ପରିବାର ଲୋକେ ତାଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।
ଆଜି ସକାଳ ୧୦ଟା ବେଳେ ସଂଯୁକ୍ତାଙ୍କ ମରଶରୀର ଭୁବନେଶ୍ୱରରୁ ଆସି ସଢ଼ାଛକରେ ପହଞ୍ଚିବା ପରେ ଗାଁର ଶତାଧିକ ଯୁବକ ଏକ ବାଇକ୍ ଶୋଭାଯାତ୍ରାରେ ଗାଁମୁଣ୍ଡ ହାଇସ୍କୁଲ ନିକଟ ପଡ଼ିଆକୁ ପାଛୋଟି ନେଇଥିଲେ। ‘ସଂଯୁକ୍ତା ଅପା ଅମର ରହେ’ ଧ୍ୱନିରେ ଗାଁଦାଣ୍ଡ ପ୍ରକମ୍ପିତ ହୋଇଥିଲା। ସଂଯୁକ୍ତା ପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ସମ୍ପନ୍ନ ହୋଇଛି। ଶେଷକୃତ୍ୟ ବେଳେ ଦୁଇଝିଅ, ପୁତୁରା, ସ୍ୱାମୀ, ଦେଡ଼ଶୁର ଓ ପରିବାରବର୍ଗ ଉପସ୍ଥିତ ଥିଲେ।
ସୂଚନାନୁସାରେ,ସଂଯୁକ୍ତାଙ୍କର ଦୁଇଟି କିଡ୍ନି ଓ ଲିଭର ଦାନ କରାଯାଇଥିଲା। ଗତ ବୁଧବାର ବିଳମ୍ବିତ ରାତିରେ କଟକ ଏସସିବିରେ ତିଗିରିଆ ଅଞ୍ଚଳର ରାଜୀବ ଦାସଙ୍କ ଶରୀରରେ ଗୋଟିଏ କିଡ୍ନୀ ପ୍ରତିରୋପଣ ହୋଇଥିଲା । ଏଥି ସହିତ ଆଉ ଗୋଟିଏ କିଡ଼ନୀକୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିବା ବେଳେ ସଂଯୁକ୍ତାଙ୍କ ଲିଭରକୁ ହାଇଦ୍ରାବାଦ ପଠାଯାଇଥିଲା ।




