ରାଷ୍ଟ୍ରପତି ,ପ୍ରଧାନମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହାଶିବରାତ୍ରି ଶୁଭେଚ୍ଛା
ଭୁବନେଶ୍ୱର : ଆଜି ପବିତ୍ର ମହାଶିବରାତ୍ରି । ବିଭିନ୍ନ ଶୈବ ପୀଠରେ ଚାଲିଛି ଦେବ ଦେବ ମହାଦେବଙ୍କ ଆରାଧନା । ଏହା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଷ୍ଟ୍ରପତି ଶ୍ରୀମତି ମୁର୍ମୁ ତାଙ୍କ ସୋସିଆଲ୍ ମିଡ଼ିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରି ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଭଗବାନ ମହାଦେବଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହୁ ଏବଂ ଆମ ଦେଶ […]
ଭୁବନେଶ୍ୱର : ଆଜି ପବିତ୍ର ମହାଶିବରାତ୍ରି । ବିଭିନ୍ନ ଶୈବ ପୀଠରେ ଚାଲିଛି ଦେବ ଦେବ ମହାଦେବଙ୍କ ଆରାଧନା । ଏହା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ରାଷ୍ଟ୍ରପତି ଶ୍ରୀମତି ମୁର୍ମୁ ତାଙ୍କ ସୋସିଆଲ୍ ମିଡ଼ିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରି ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଭଗବାନ ମହାଦେବଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହୁ ଏବଂ ଆମ ଦେଶ ପ୍ରଗତି ପଥରେ ଆଗକୁ ବଢ଼ୁ ବୋଲି ପ୍ରାର୍ଥନା କରିଛନ୍ତି ରାଷ୍ଟ୍ରପତି ।
ସେହିପରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭଗବାନ ଭୋଳାନାଥଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ପବିତ୍ର ମହାଶିବରାତ୍ରିର ପର୍ବରେ ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଶୁଭକାମନା । ଏହି ଦିବ୍ୟ ଅବସର ଆପଣମାନଙ୍କ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ ଏବଂ ଏକ ବିକଶିତ ଭାରତ ପାଇଁ ସଂକଳ୍ପକୁ ଆହୁରି ମଜବୁତ କରୁ, ଏହା ମୋର ଆଶା । ହର୍ ହର୍ ମହାଦେବ !
ଅନ୍ୟପଟେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ମହାଶିବରାତ୍ରି ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ସୋସିଆଲ ମିଡ଼ିଆ ଟ୍ବିଟରରେ ନବୀନ କହିଛନ୍ତି ‘ ପବିତ୍ର ମହାଶିବରାତ୍ରୀ ତଥା ଜାଗର ଅମାବାସ୍ୟାର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ମହାଦେବଙ୍କ କରୁଣା ସଭିଙ୍କ ଉପରେ ରହିଥାଉ। ଓଁ ନମଃ ଶିବାୟ’।
https://x.com/Naveen_Odisha/status/1894576813407686935?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1894576813407686935%7Ctwgr%5E06218f94ee42c821fefc0eea64f917bd6fd70cbd%7Ctwcon%5Es1_c10&ref_url=https%3A%2F%2Fthesakala.in%2Flop-naveen-patnaik-wishes-people-on-mahashivratri%2F




