ରାଷ୍ଟ୍ରପତିଙ୍କ ଡ୍ୟୁଟି ପାଇଁ ଆସିଥିବା ଯବାନଙ୍କ ବନ୍ଧୁକ ଚୋରି
ଭୁବନେଶ୍ୱର : ୭ମ ବାଟାଲିୟନ ପୋଲିସ ବାରାକରୁ ବନ୍ଧୁକ ଚୋରି ଅଭିଯୋଗ । ରାଷ୍ଟ୍ରପତିଙ୍କ ଡ୍ୟୁଟି ରେ ଆସିଥିବା ଯବାନଙ୍କ ବନ୍ଧୁକ ଓ ଗୁଳି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଇନସାସ ରାଇଫଲ ଓ ଗୁଳି ଚୋରି ନେଇ ମୈତ୍ରୀବିହାର ଥାନାରେ ଅଭିଯୋଗ କରିଛନ୍ତି ଅଷ୍ଟମ ସ୍ପେଶାଲ ଆଇଆରବିଏନରେ କାମ କରୁଥିବା ଏସଆଇ ପି.ଲଛମୟ । ସେପଟେ ଅଭିଯୋଗ ପରେ ତଦନ୍ତ ଘଟଣାର ଛାନଭିନ ଆରମ୍ଭ କରିଛି ପୋଲିସ । ସୂଚନାନୁସାରେ,ଯବାନ ଜଣଙ୍କ ଗତ ୧୦ […]
ଭୁବନେଶ୍ୱର : ୭ମ ବାଟାଲିୟନ ପୋଲିସ ବାରାକରୁ ବନ୍ଧୁକ ଚୋରି ଅଭିଯୋଗ । ରାଷ୍ଟ୍ରପତିଙ୍କ ଡ୍ୟୁଟି ରେ ଆସିଥିବା ଯବାନଙ୍କ ବନ୍ଧୁକ ଓ ଗୁଳି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଇନସାସ ରାଇଫଲ ଓ ଗୁଳି ଚୋରି ନେଇ ମୈତ୍ରୀବିହାର ଥାନାରେ ଅଭିଯୋଗ କରିଛନ୍ତି ଅଷ୍ଟମ ସ୍ପେଶାଲ ଆଇଆରବିଏନରେ କାମ କରୁଥିବା ଏସଆଇ ପି.ଲଛମୟ । ସେପଟେ ଅଭିଯୋଗ ପରେ ତଦନ୍ତ ଘଟଣାର ଛାନଭିନ ଆରମ୍ଭ କରିଛି ପୋଲିସ ।
ସୂଚନାନୁସାରେ,ଯବାନ ଜଣଙ୍କ ଗତ ୧୦ ତାରିଖରେ ରାଷ୍ଟ୍ରପତିଙ୍କ ଡ୍ୟୁଟି ପାଇଁ ଆସିଥିବାବେଳେ,୭ମ ବାଟାଲିୟନରେ ରହୁଥିଲେ I ମାର୍ଚ୍ଚ ୨ ତାରିଖରେ ସେ ଡ୍ୟୁଟି ସାରି ବାରାକ କୁ ଫେରିଥିଲେ I ନିୟମ ଦୃଷ୍ଟିରୁ ସବୁଦିନ ଭଳି ସେ ଦିନ ମଧ୍ୟ ଲୋକ କଲ ହୋଇଥିଲା ଇ ସେହି ସମୟରେ ଗୋଟିଏ ଇନସାସ ରାଇଫଲ ଓ ଗୁଳି ଚୋରି ହୋଇଥିବା ଜଣା ପଡିଥିଲା I ଏନେଇ ମୈତ୍ରୀ ବିହାର ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି I




