ନାଟକ ପରିବେଷଣ କରିବାକୁ ଯାଇ ୧୦ ଝିଅ ଅସୁସ୍ଥ,ଗୁଣିଗାରେଡି ସନ୍ଦେହ
ବଲାଙ୍ଗୀର : ନାଟକ ପରିବେଷଣ ବେଳେ ହଠାତ ଅସୁସ୍ଥ ହୋଇପଡିଲେ କଳାକାର । ଫଳରେ ଅଧାରୁ ବନ୍ଦ ହେଲା ରାମଲୀଳା ନାଟକ । ବଲାଙ୍ଗୀରରୁ କିଛି ଝିଅ ସୁବର୍ଣ୍ଣପୁର ଜିଲ୍ଲାକୁ ନାଟକ କରିବାକୁ ଯାଇଥିବାବେଳେ ଏହି ଘଟଣା ଘଟିଛି । ଫଳରେ ପିଲାମାନେ ନାଟକ ଅଧାରୁ ଗାଁ କୁ ଫେରି ଆସିଥିଲେ । ଗାଁରେ ଝଡ଼ାଫୁଙ୍କା କରିବା ପରେ ଅସୁସ୍ଥଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ସୂଚନାନୁସାରେ,ବଲାଙ୍ଗୀର ଜିଲ୍ଲା ଉପର […]
ବଲାଙ୍ଗୀର : ନାଟକ ପରିବେଷଣ ବେଳେ ହଠାତ ଅସୁସ୍ଥ ହୋଇପଡିଲେ କଳାକାର । ଫଳରେ ଅଧାରୁ ବନ୍ଦ ହେଲା ରାମଲୀଳା ନାଟକ । ବଲାଙ୍ଗୀରରୁ କିଛି ଝିଅ ସୁବର୍ଣ୍ଣପୁର ଜିଲ୍ଲାକୁ ନାଟକ କରିବାକୁ ଯାଇଥିବାବେଳେ ଏହି ଘଟଣା ଘଟିଛି । ଫଳରେ ପିଲାମାନେ ନାଟକ ଅଧାରୁ ଗାଁ କୁ ଫେରି ଆସିଥିଲେ । ଗାଁରେ ଝଡ଼ାଫୁଙ୍କା କରିବା ପରେ ଅସୁସ୍ଥଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି।
ସୂଚନାନୁସାରେ,ବଲାଙ୍ଗୀର ଜିଲ୍ଲା ଉପର ଝର ଗାଁର ତଳିପଡ଼ାରେ ଥିବା ମହିଳା ରାମଲୀଳା ନାଟକ ପାର୍ଟି ବୁଧବାର ରାତିରେ ସୁବର୍ଣ୍ଣପୁର ଜିଲ୍ଲାରେ ଗାଁରେ ନାଟକ ପରିବେଷଣ କରୁଥିଲେ। ଏହି ସମୟରେ ହଠାତ୍ ରାମାୟଣର ବିଭିନ୍ନ ଭୂମିକାରେ ଅଭିନୟ କରିବା ପାଇଁ ସଜ୍ଜିତ ହୋଇଥିବା ଝିଅମାନେ ଅସୁସ୍ଥ ଅନୁଭବ କରିବାରୁ ନାଟକକୁ ବନ୍ଦ କରି ସେମାନେ ଗାଁକୁ ଫେରି ଆସିଥିଲେ ।
ହେଲେ ଗାଁରେ ଅବସ୍ଥାରେ ସୁଧାର ନ ଆସିବାରୁ ଗୁରୁବାର ସକାଳୁ ଗୁଣିଗାରେଡ଼ି ହୋଇଥିବା ସନ୍ଦେହ କରି ଝଡ଼ାଫୁଙ୍କା କରିବା ପରେ ଅସୁସ୍ଥ ଝିଅମାନଙ୍କୁ ପରିବାର ଲୋକେ ଭୀମ ଭୋଇ ମେଡିକାଲ କଲେଜରେ ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ। ତେବେ ଏନେଇ ଖବର ପାଇବା ପରେ ଦେଓଗାଁ ପୁଲିସ ଉପର ଝର ଗାଁରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛନ୍ତି।




