ରାଜ୍ୟର ପ୍ରତ୍ୟେକ ଭାଗବତ ଟୁଙ୍ଗୀ କୁ ୫୦ ହଜାର ଟଙ୍କା ସହାୟତା ଘୋଷଣା

ଭୁବନେଶ୍ଵର : 5T ଅଧ୍ୟକ୍ଷଙ୍କୁ ଭେଟିଲେ ଭାଗବତ ଟୁଙ୍ଗୀ ପ୍ରଚାର ସମିତିର ଶହ ଶହ ସଦସ୍ୟ I ସହାୟତା ପାଇଁ ଜଣାଇଲେ କୃତଜ୍ଞତା ରାଜ୍ୟରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସଂସ୍କୃତିର ପ୍ରସାର ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପ୍ରତ୍ୟେକ ଭାଗବତ ଟୁଙ୍ଗୀ କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟର ଆଧ୍ୟାତ୍ମିକତା ଓ ସଂସ୍କୃତି ପ୍ରିୟ ଜନ ସାଧାରଣ ବେସ୍ ଖୁସି ଅଛନ୍ତି। ଆଜି ରାଜ୍ୟ ଭାଗବତ […]

Samaya Live Picture
Published On

ଭୁବନେଶ୍ଵର : 5T ଅଧ୍ୟକ୍ଷଙ୍କୁ ଭେଟିଲେ ଭାଗବତ ଟୁଙ୍ଗୀ ପ୍ରଚାର ସମିତିର ଶହ ଶହ ସଦସ୍ୟ I ସହାୟତା ପାଇଁ ଜଣାଇଲେ କୃତଜ୍ଞତା ରାଜ୍ୟରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସଂସ୍କୃତିର ପ୍ରସାର ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପ୍ରତ୍ୟେକ ଭାଗବତ ଟୁଙ୍ଗୀ କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟର ଆଧ୍ୟାତ୍ମିକତା ଓ ସଂସ୍କୃତି ପ୍ରିୟ ଜନ ସାଧାରଣ ବେସ୍ ଖୁସି ଅଛନ୍ତି।

ଆଜି ରାଜ୍ୟ ଭାଗବତ ଟୁଙ୍ଗୀ ପ୍ରଚାର ସମିତି ପକ୍ଷରୁ ସଭାପତି ଶ୍ରୀ ବାବାଜୀ ସ୍ଵାଇଁ, ସମ୍ପାଦକ ଓ ଶହ ଶହ ସଦସ୍ୟ ଆଜି ନବୀନ ନିବାସ ଠାରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପଣ୍ଡିଆନଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ସହିତ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇ ଥିଲେ। ଏହି ପଦକ୍ଷେପ ଗ୍ରାମାଞ୍ଚଳର ଜନ ସାଧାରଣଙ୍କୁ ଆଧ୍ୟାତ୍ମିକତା ଦିଗରେ ପ୍ରେରିତ କରିବ ବୋଲି ସେମାନେ କହିଥିଲେ।

ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇ 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ସବୁବେଳେ ଆଧୁନିକତା ସହ ଆଧ୍ୟାତ୍ମିକତା ର ପ୍ରସାର ଉପରେ ଗୁରୁତ୍ଵ ଦିଅନ୍ତି। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ମଧ୍ୟ ଏହି ଲକ୍ଷ୍ୟ ରହିଛି। ଆପଣ ମାନେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡ଼ିଶା ଗଠନ ଉଦ୍ୟମରେ ସହଯୋଗ କରନ୍ତୁ ବୋଲି ସେ ପ୍ରଚାର ସମିତିର ସଦସ୍ୟ ମାନଙ୍କୁ ଆହ୍ବାନ ଦେଇଥିଲେ।

Tags: