ରାଜ୍ୟରେ ୨୦ ଯାଏଁ କାଳବୈଶାଖୀ ବର୍ଷା
ଭୁବନେଶ୍ୱର : ତାତିରେ ଲାଗିଛି ସମୟ ବ୍ରେକ I ନିମ୍ନ ଚାପ ରେଖା ପ୍ରଭାବରେ ରାଜ୍ୟରେ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି I ଓଡ଼ିଶା ମଧ୍ୟ ଦେଇ ପଶ୍ଚିମବଙ୍ଗରୁ ଉତ୍ତର ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଏକ ଟ୍ରଫ୍ ଲାଇନ୍ ସୃଷ୍ଟି ହୋଇଛି। ଏହି ଟ୍ରଫ୍ ଲାଇନ୍ ପ୍ରଭାବରେ ଆସନ୍ତା ୨୦ ପର୍ଯ୍ୟନ୍ତ ଓଡ଼ିଶାର କିଛି କିଛି ସ୍ଥାନରେ ଦିନର ତାପମାତ୍ରା ୩ ରୁ ୫ ଡିଗ୍ରି ହ୍ରାସ ପାଇବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା […]
ଭୁବନେଶ୍ୱର : ତାତିରେ ଲାଗିଛି ସମୟ ବ୍ରେକ I ନିମ୍ନ ଚାପ ରେଖା ପ୍ରଭାବରେ ରାଜ୍ୟରେ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି I ଓଡ଼ିଶା ମଧ୍ୟ ଦେଇ ପଶ୍ଚିମବଙ୍ଗରୁ ଉତ୍ତର ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଏକ ଟ୍ରଫ୍ ଲାଇନ୍ ସୃଷ୍ଟି ହୋଇଛି। ଏହି ଟ୍ରଫ୍ ଲାଇନ୍ ପ୍ରଭାବରେ ଆସନ୍ତା ୨୦ ପର୍ଯ୍ୟନ୍ତ ଓଡ଼ିଶାର କିଛି କିଛି ସ୍ଥାନରେ ଦିନର ତାପମାତ୍ରା ୩ ରୁ ୫ ଡିଗ୍ରି ହ୍ରାସ ପାଇବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ତେବେ ୧୯ ତାରିଖ ବେଳକୁ କାଳବୈଶାଖୀର ପ୍ରଭାବ ଅଧିକ ରହିବା ନେଇ ଆକଳନ କରାଯାଇଛି। ୧୯ ବେଳକୁ ନିମ୍ନଚାପ ରେଖା ସହ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବ। ଏହାସହ ବାୟୁମଣ୍ଡଳରେ ବାୟୁଚଳାଚଳରେ ପ୍ରଭାବ ପଡ଼ିବ। ଏଭଳି ତିନି ପ୍ରକାର ପାଣିପାଗ ନିୟାମକ ଯୋଗୁଁ ରାଜ୍ୟରେ ବଜୁଳି ଘଡ଼ଘଡ଼ି ସହିତ ବର୍ଷା ଓ ସ୍ଥାନେସ୍ଥାନେ ୪୦-୫୦ କିମି ପର୍ଯ୍ୟନ୍ତ ପବନ ବହିବାର ଆଶଙ୍କା ରହିଛି।
ଟ୍ରଫ୍ ଲାଇନ୍ ଯୋଗୁଁ ପାଣିପାଗ କେନ୍ଦ୍ର ଆକଳନକୁ ଦୃଷ୍ଟିରେ ରଖି ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ କିଛି ଜିଲ୍ଲା ପାଇଁ ଏସ୍ଆରସି ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶନିବାର ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ସହ ବଜ୍ରପାତ ହେବାର ସମ୍ଭାବନା ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ କାଳବୈଶାଖୀ ହେବାକୁ ଥିବାରୁ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି।




