ରାଜ୍ୟରେ ପ୍ରଥମ ଆରମ୍ଭ ହେଲା ପରିବାର ନିୟୋଜନର ନୂଆ ପଦ୍ଧତି

ଭୁବନେଶ୍ୱର : ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଓଡିଶା I ପରିବାର ନିୟୋଜନ ପାଇଁ ବାହାରିଲା ନୂଆ ପଦ୍ଧତି I ରାଜ୍ୟରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତ୍ୟାଧୁନିକ ପରିବାର ନିୟୋଜନ ‘ସବଡେରମଲ ଇମପ୍ଲାଂଟ’ ପ୍ରୟୋଗ କରାଯାଇଛି । କଟକ ଏବଂ ଗଜପତି ଜିଲ୍ଲାରେ ପ୍ରଥମ କରି ଏହାର ପ୍ରୟୋଗ କରାଯିବ । ରାଜ୍ୟ ସରକାର ନେଇଥିବା ନିଷ୍ପତି ଆଧାରରେ ଆଜି ଜିଲ୍ଲାରେ ପ୍ରଥମ କରି ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ସଫଳତାର ସହିତ […]

Samaya Live Picture
Published On

ଭୁବନେଶ୍ୱର : ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଓଡିଶା I ପରିବାର ନିୟୋଜନ ପାଇଁ ବାହାରିଲା ନୂଆ ପଦ୍ଧତି I ରାଜ୍ୟରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତ୍ୟାଧୁନିକ ପରିବାର ନିୟୋଜନ ‘ସବଡେରମଲ ଇମପ୍ଲାଂଟ’ ପ୍ରୟୋଗ କରାଯାଇଛି ।

କଟକ ଏବଂ ଗଜପତି ଜିଲ୍ଲାରେ ପ୍ରଥମ କରି ଏହାର ପ୍ରୟୋଗ କରାଯିବ । ରାଜ୍ୟ ସରକାର ନେଇଥିବା ନିଷ୍ପତି ଆଧାରରେ ଆଜି ଜିଲ୍ଲାରେ ପ୍ରଥମ କରି ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ସଫଳତାର ସହିତ ୫ଜଣ ମହିଳାଙ୍କ ଠାରେ ପ୍ରୟୋଗ କରାଯାଇଛି । ଏହା ସଂପୂର୍ଣ୍ଣ ଭାବେ ମାଗଣା ବୋଲି କହିଥିଲେ ଅନୁଷ୍ଠିତ ପ୍ରୟୋଗ ଓ ସଚେତନତା କାର୍ଯ୍ୟକ୍ରମରେ ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ ଡାକ୍ତର ବିଜୟ କୁମାର ମିଶ୍ର ।

ଏହା ସହିତ ଏହି ଇନପ୍ଲାଂଟକୁ କାର୍ଯ୍ୟକ୍ଷମ କରୁଥିବା ଡାକ୍ତର ଦିଲ୍ଲିପ ପାତ୍ର ଯୋଗଦେଇ କହିଥିଲେ ସବଡେରମାଲର କାର୍ଯ୍ୟକ୍ଷମତା ୩ ବର୍ଷ ରହିଛି । ପୂର୍ବରୁ ଇଞ୍ଜେକସନ ମାଧ୍ୟମରେ ପରିବାର ନିୟନ୍ତ୍ରଣ କରାଯାଉଥିବା ବେଳେ ଏଣିକି ମହିଳାଙ୍କର ବାହୁର ଚର୍ମ ତଳେ ମେଡିସିନ୍ କିଟସ୍ ରଖାଯିବ । ଏହି କିଟସରେ ପ୍ରୋଜେଷ୍ଟେରୋନ ହରମୋନ ରଖାଯାଇ ତାହାକୁ ଚର୍ମରେ ପ୍ରତିରୋପଣ କରାଯିବ । ଏହାପରେ କିଟସରୁ ମେଡିସିନ ଧୀରେଧୀରେ କ୍ଷରିତ ହେବ । କିଟସରୁ ଔଷଧ କ୍ଷରଣ ହେଲେ ମହିଳାଙ୍କ ଗର୍ଭ ସଞ୍ଚାର ହୋଇପାରିବ ନାହିଁ । ୩ ବର୍ଷ ପରେ ଉକ୍ତ କିଟସକୁ ମହିଳାଙ୍କ ହାତରୁ ବାହାର କରାଯିବ । ଜଣେ ଚାହିଁଲେ ତାହାକୁ ପୁଣି ଥରେ ପ୍ରତିରୋପଣ କରିପାରିବେ । କାଢ଼ିବା ବେଳେ ମହିଳାଙ୍କୁ କୌଣସି ଭାବେ କଷ୍ଟ ସହିବାକୁ ପଡ଼ିନଥାଏ । ସେ ତାଙ୍କ ଦୈନଦିନ କାର୍ଯ୍ୟ ସୁରୁଖୁରରେ କରିପାରିବେ । ଏହି କିଟସ ପ୍ରତିରୋପଣ ଫଳରେ ମହିଳାଙ୍କର ନିୟମିତ ଋତୁସ୍ରାବ ହେବ ନାହିଁ । ଡିମ୍ବାଣୁ ଯେପରି ନ ଆସିବ ସେଥିପାଇଁ ପ୍ରୋଜେଷ୍ଟେରୋନ ହରମୋନ କାର୍ଯ୍ୟ କରିବ । ଆଠଗଡ଼ର ଜଣେ ଡାକ୍ତର କୋଲକତାରୁ ଏ ବାବଦରେ ଟ୍ରେନିଂ ନେଇ ଫେରିବା ପରେ ଏହାକୁ ରାଜ୍ୟରେ ଆରମ୍ଭ କରାଯାଇଛି ।

Tags: