ରାଜ୍ୟରେ ତିଆରି ହେବ ଶକ୍ତି କରିଡର

ଭୁବନେଶ୍ଵର : ଓଡ଼ିଶାରେ ହେବ ଶକ୍ତି କରିଡ଼ର । ରାଜ୍ୟରେ ରହିଥିବା ସମସ୍ତ ଶକ୍ତି ପୀଠକୁ ଯୋଡାଯିବ । ମା’ ତାରାତାରିଣୀ, ମା’ ବିରଜା, ମା’ ଉଗ୍ରତାରା, ମା’ ଭଗବତୀ, ମା’ ମଙ୍ଗଳା, ମା’ କାଳିଜାଇ, ମା’ ଭୈରବୀଙ୍କୁ ଯୋଡ଼ି ତିଆରି ହେବ ଏହି ଶକ୍ତି କରିଡ଼ର । ଚୈତ୍ର ମାସର ଶେଷ ମଙ୍ଗଳବାରରେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଦର୍ଶନ କରି ଏହି ସୂଚନା ଦେଇଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । […]

ରାଜ୍ୟରେ ତିଆରି ହେବ ଶକ୍ତି କରିଡର
Samaya Live Picture
Published On

ଭୁବନେଶ୍ଵର : ଓଡ଼ିଶାରେ ହେବ ଶକ୍ତି କରିଡ଼ର । ରାଜ୍ୟରେ ରହିଥିବା ସମସ୍ତ ଶକ୍ତି ପୀଠକୁ ଯୋଡାଯିବ । ମା’ ତାରାତାରିଣୀ, ମା’ ବିରଜା, ମା’ ଉଗ୍ରତାରା, ମା’ ଭଗବତୀ, ମା’ ମଙ୍ଗଳା, ମା’ କାଳିଜାଇ, ମା’ ଭୈରବୀଙ୍କୁ ଯୋଡ଼ି ତିଆରି ହେବ ଏହି ଶକ୍ତି କରିଡ଼ର । ଚୈତ୍ର ମାସର ଶେଷ ମଙ୍ଗଳବାରରେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଦର୍ଶନ କରି ଏହି ସୂଚନା ଦେଇଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଜିଲ୍ଲାସ୍ତରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ମା’ ତାରାତାରିଣୀ ପୀଠର ଉନ୍ନତି ପାଇଁ ୮ କୋଟି ଟଙ୍କା, ତପ୍ତପାଣିର ବିକାଶ ପାଇଁ ୧୧ କୋଟି ଟଙ୍କା ସହ ମା’ ନାରାୟଣୀଙ୍କ ପୀଠର ଉନ୍ନତି ନିମନ୍ତେ ମଧ୍ୟ ଟଙ୍କା ପ୍ରଦାନ କରାଯାଇଛି। ସେହିକ୍ରମରେ ଜିଲ୍ଲାରେ ରହିଥିବା ସମସ୍ତ ପୀଠର ଉନ୍ନତି ନେଇ ଚଳିତ ବର୍ଷ ୬୦ କୋଟିରୁ ଅଧିକ ଟଙ୍କା ପର୍ଯ୍ୟଟନ ବିଭାଗ ଏହି ଜିଲ୍ଲାକୁ ପ୍ରଦାନ କରିଛନ୍ତି । ଏହାବ୍ୟତୀତ ଶକ୍ତି କରିଡ଼ର ପାଇଁ ପର୍ଯ୍ୟଟନ ବିଭାଗ ଓ ପୂର୍ତ୍ତ ବିଭାଗ ମିଳିତ ଭାବେ ଏହି ଶକ୍ତି କରିଡ଼ରର ବିକାଶ କରିବେ ।

ଏହି ଶକ୍ତି କରିଡର କାର୍ଯ୍ୟକାରୀ ହେଲେ ରାଜ୍ୟରେ ପର୍ଯ୍ୟଟନର ବିକାଶ ହେବା ସହ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇ ପାରିବ। ଅନେକ ଲୋକ ମଧ୍ୟ ରୋଜଗାର କରିବାର ସୁଯୋଗ ସୃଷ୍ଟି ହୋଇ ପାରିବ।

ପୂର୍ବରୁ ମନ୍ତ୍ରୀମାନଙ୍କ ପକ୍ଷରୁ ଏ ନେଇ ଦାବି ଥିଲା ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ମନ୍ତ୍ରୀ ଜେନା କହିଥିଲେ ଯେ, ଆଧ୍ୟାତ୍ମିକ ଶକ୍ତି ପୀଠଗୁଡିକୁ ସଂଯୋଗୀକରଣ ନେଇ ଯୋଜନା ହୋଇଛି। ଶ୍ରଦ୍ଧାଳୁମାନେ ସବୁ ଶକ୍ତି ପୀଠକୁ ଅଳ୍ପ ସମୟରେ ସୁବିଧାରେ ଦର୍ଶନ କରିପାରିବା ଭଳି ବ୍ୟବସ୍ଥା ହେବ। ପ୍ରସାଦ ବ୍ୟବସ୍ଥା ମଧ୍ୟ କରାଯାଇଛି। ଚଳିତବର୍ଷ ଏକ ଡକୁମେଣ୍ଟାରୀ ଫିଲ୍ମ ବି ନିର୍ମାଣ ହୋଇଛି ବୋଲି ସେ କହିଥିଲେ।

Tags: