ରାଜ୍ୟରେ ଡେଙ୍ଗୁ ନିୟନ୍ତ୍ରଣାଧୀନ,ଜନ ସ୍ୱାସ୍ଥ୍ୟ ନିର୍ଦେଶକ
ଭୁବନେଶ୍ୱର : ରାଜ୍ୟରେ କାୟା ବିସ୍ତାର କରୁଛି ଡେଙ୍ଗୁ I କିନ୍ତୁ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଡେଙ୍ଗୁ ଆକ୍ରାନ୍ତ ଙ୍କ ସଂଖ୍ୟା କମ ଅଛି ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର I ସେ କହିଛନ୍ତି ଗତବର୍ଷ ଜୁଲାଇ ୨୩ ତାରିଖ ସୁଦ୍ଧା ୧୦ ହଜାର ଡେଙ୍ଗୁ ପରୀକ୍ଷଣ ହୋଇଥିଲାବେଳେ ୭୦୦ ରୋଗୀ ଚିହ୍ନଟ ହୋଇଥିଲେ I ସେହିପରି ଚଳିତ ବର୍ଷ ୧୮ ହଜାର ପରୀକ୍ଷଣରୁ ୫୦୦ ଜଣ ରୋଗୀ […]
ଭୁବନେଶ୍ୱର : ରାଜ୍ୟରେ କାୟା ବିସ୍ତାର କରୁଛି ଡେଙ୍ଗୁ I କିନ୍ତୁ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଡେଙ୍ଗୁ ଆକ୍ରାନ୍ତ ଙ୍କ ସଂଖ୍ୟା କମ ଅଛି ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର I ସେ କହିଛନ୍ତି ଗତବର୍ଷ ଜୁଲାଇ ୨୩ ତାରିଖ ସୁଦ୍ଧା ୧୦ ହଜାର ଡେଙ୍ଗୁ ପରୀକ୍ଷଣ ହୋଇଥିଲାବେଳେ ୭୦୦ ରୋଗୀ ଚିହ୍ନଟ ହୋଇଥିଲେ I ସେହିପରି ଚଳିତ ବର୍ଷ ୧୮ ହଜାର ପରୀକ୍ଷଣରୁ ୫୦୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି I ୭ ଟି ଜିଲ୍ଲାରେ ୪୦ ରୁ କମ ରୋଗୀ ଥିବାବେଳେ ୧୨ ଟି ଜିଲ୍ଲାରେ ୯ ରୁ ବି କମ ରୋଗୀ ଚିହ୍ନଟ ହୋଇଛନ୍ତି ଇ ତେବେ ଖୋର୍ଦ୍ଧା ଜିଲ୍ଲା ହୋଇଛି ଡେଙ୍ଗୁର ହଟସ୍ପଟ I ଏପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରୁ ମୋଟ ୩୩୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି I ସେପଟେ କ୍ୟାପିଟାଲ ହସ୍ପିଟାଲରେ ବି ପ୍ରତିଦିନ ୮୦-୯୦ ଲୋକଙ୍କ ଡେଙ୍ଗୁ ପରୀକ୍ଷା କରାଯାଉଥିବା ବେଳେ ପ୍ରାୟ ୧୫ ଜଣ ପଜିଟିଭ ଚିହ୍ନଟ ହେଉଥିବା କହିଛନ୍ତି ଏହାର ନିର୍ଦ୍ଦେଶକ।
ଅନ୍ୟପଟେ ଜ୍ୱର ସହିତ ଘୋଳାବିନ୍ଧା, ଆଖି ପଛ ପଟ ଯନ୍ତ୍ରଣା, ବାନ୍ତି, ମୁଣ୍ଡ ବ୍ୟଥା ଭଳି ଲକ୍ଷଣ ଦେଖାଗଲେ, ବିଳମ୍ବ ନ କରି ଡେଙ୍ଗୁ ପରୀକ୍ଷା କରାଇବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।




