ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା,୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ

ଭୁବନେଶ୍ୱର : ରାଜ୍ୟରେ ନାହିଁ ମୌସୁମୀ ବର୍ଷାର ସମ୍ଭାବନା I ମୌସୁମୀର ଟ୍ରଫ ଲାଇନ ହିମାଳୟ ପାଦଦେଶରେ ପ୍ରବାହିତ ହେଉଥିବାରୁ,ଓଡ଼ିଶାରେ ମୌସୁମୀର ସ୍ଥିତି ଦୁର୍ବଳ ରହିଛି I ଫଳରେ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନଥିଲେ ମଧ୍ୟ କେତେକ ଜିଲ୍ଲାରେ ମଧ୍ୟମରୁ ସ୍ୱଳ୍ପ ଧରଣର ଝଡ଼ବର୍ଷା ଲାଗିରହିପାରେ I ତେବେ ପଶ୍ଚିମ ଓଡିଶା ସମେତ ୧୮ ଟି ଜିଲ୍ଲାରେ ଏହି ଝଡ଼ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ I ଆସନ୍ତା ମଙ୍ଗଳବାର ଅପରାହ୍ନ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ନାହିଁ ମୌସୁମୀ ବର୍ଷାର ସମ୍ଭାବନା I ମୌସୁମୀର ଟ୍ରଫ ଲାଇନ ହିମାଳୟ ପାଦଦେଶରେ ପ୍ରବାହିତ ହେଉଥିବାରୁ,ଓଡ଼ିଶାରେ ମୌସୁମୀର ସ୍ଥିତି ଦୁର୍ବଳ ରହିଛି I ଫଳରେ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନଥିଲେ ମଧ୍ୟ କେତେକ ଜିଲ୍ଲାରେ ମଧ୍ୟମରୁ ସ୍ୱଳ୍ପ ଧରଣର ଝଡ଼ବର୍ଷା ଲାଗିରହିପାରେ I ତେବେ ପଶ୍ଚିମ ଓଡିଶା ସମେତ ୧୮ ଟି ଜିଲ୍ଲାରେ ଏହି ଝଡ଼ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ I

ଆସନ୍ତା ମଙ୍ଗଳବାର ଅପରାହ୍ନ ଶୁଦ୍ଧା ରାଜ୍ୟରେ ୧୮ଟି ଜିଲ୍ଲାରେ ଝଡବର୍ଷା ଜନିତ ବର୍ଷା ଲାଗିରହିପାରେ ବୋଲି ସତର୍କ ସୂଚନା ଦିଆଯାଇଛି I ଏହି ଜିଲ୍ଲା ଗୁଡିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଓ କନ୍ଧମାଳ ପ୍ରବୃତି ୧୮ଟି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଝଡ ବର୍ଷା ସାଙ୍ଗକୁ ବଜ୍ରପାତ ହେବାର ସମ୍ଭାବନା ରହିଛି I ସେହିପରି ଟ୍ୱିଇନ ସିଟି କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସକାଳେ ଆଂଶିକ ବର୍ଷା ହୋଇଛି ଏବଂ ସନ୍ଧ୍ୟା ସମୟରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି I ରାଜ୍ୟରେ ୨୩ ଓ ୨୪ ଠାରୁ ବର୍ଷାର ପରିମାଣ ବଢିବାର ଆଶଂକା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି I

Tags: