ରାଜ୍ୟରେ ଉପରମୁହାଁ ହେଉଛି ତାତି,ସୋମବାରଠାରୁ ବର୍ଷା ସମ୍ଭାବନା
ଭୁବନେଶ୍ୱର : ରାଜ୍ୟରେ ବଢୁଛି ଦିନର ତାପମାତ୍ରା I ଅଧିକାଂଶ ସହରରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଉପରେ ରହିଛି I ତେବେ ଉପକୂଳ ଓଡ଼ିଶାରେ ତାପମାତ୍ରା ଗୋଟିଏରୁ ଦୁଇ ଡିଗ୍ରି କମିଛି। ରାଜ୍ୟ ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରଭାବ ନଥିବା ବେଳେ ପଶ୍ଚିମା ଝଡ ପ୍ରଭାବରେ ୫ ତାରିଖ ଯାଏଁ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ସୁନ୍ଦରଗଡ଼,କେନ୍ଦୁଝର,ମୟୁରଭଞ୍ଜ,ବାଲେଶ୍ୱର ,ଭଦ୍ରକ,ଯାଜପୁର,ଢେଙ୍କାନାଳ ଜିଲ୍ଲାରେ ସମ୍ଭାବ୍ୟ ବର୍ଷା ହେଇପାରେ I ସେହିପରି ୭-୮ ତାରିଖ […]
ଭୁବନେଶ୍ୱର : ରାଜ୍ୟରେ ବଢୁଛି ଦିନର ତାପମାତ୍ରା I ଅଧିକାଂଶ ସହରରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଉପରେ ରହିଛି I ତେବେ ଉପକୂଳ ଓଡ଼ିଶାରେ ତାପମାତ୍ରା ଗୋଟିଏରୁ ଦୁଇ ଡିଗ୍ରି କମିଛି। ରାଜ୍ୟ ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରଭାବ ନଥିବା ବେଳେ ପଶ୍ଚିମା ଝଡ ପ୍ରଭାବରେ ୫ ତାରିଖ ଯାଏଁ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ସୁନ୍ଦରଗଡ଼,କେନ୍ଦୁଝର,ମୟୁରଭଞ୍ଜ,ବାଲେଶ୍ୱର ,ଭଦ୍ରକ,ଯାଜପୁର,ଢେଙ୍କାନାଳ ଜିଲ୍ଲାରେ ସମ୍ଭାବ୍ୟ ବର୍ଷା ହେଇପାରେ I ସେହିପରି ୭-୮ ତାରିଖ ରୁ ଦିନର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ I
ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ, ସମ୍ବଲପୁର, ଦେଓଗଡ଼,ଝାରସୁଗୁଡ଼ା,ସୁନ୍ଦରଗଡ଼,କେଉଁଝର,ମୟୂରଭଞ୍ଜ,ବାଲେଶ୍ୱର ଓ ଅନୁଗୋଳ ଜିଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ଆସନ୍ତାକାଲି ସୁନ୍ଦରଗଡ଼, କେଉଁଝର,ମୟୂରଭଞ୍ଜ,ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ ଓ ଯାଜପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। କିନ୍ତୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିରେ ବ୍ରେକ ଲାଗିବ ନାହିଁ। ।




