ରାଜ୍ୟକୁ କାଲିଠାରୁ ୩ କେନ୍ଦ୍ରୀୟ ହେଭିୱେଟଙ୍କ ତୋଫାନି ଗସ୍ତ

ଭୁବନେଶ୍ୱର : ଦେଶରେ ଚାଲିଛି ନିର୍ବାଚନୀ ତାତି I ଦଳୀୟ ନେତାମାନେ ରଣନୀତି ପ୍ରସ୍ତୁତ କରି ନିର୍ବାଚନୀ ମୈଦାନରେ ହାଇଭୋଲଟେଜ ପ୍ରଚାର ଆରମ୍ଭ କରିସାରିଲେଣି I ଭୋଟରଙ୍କ ମନ ଜିଣିବାକୁ ତିନି ଦଳର ଷ୍ଟାର ପ୍ରଚାରକ ମାନେ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରିସାରିଲେଣି I ଆସନ୍ତା ୪ ତାରିଖ ଠାରୁ ଓଡିଶା ଗସ୍ତରେ ଆସୁଛନ୍ତି ୩ କେନ୍ଦ୍ରୀୟ ନେତା Iଓଡ଼ିଶାରେ ଅଧିକ ସିଟ ହାତେଇବା ପାଇଁ ଆସନ୍ତାକାଲି ଓଡ଼ିଶା ଅସୁଛନ୍ତି କେନ୍ଦ୍ର ବୈଦେଶୀକ ବ୍ୟାପାର ମନ୍ତ୍ରୀ […]

Samaya Live Picture
Published On

ଭୁବନେଶ୍ୱର : ଦେଶରେ ଚାଲିଛି ନିର୍ବାଚନୀ ତାତି I ଦଳୀୟ ନେତାମାନେ ରଣନୀତି ପ୍ରସ୍ତୁତ କରି ନିର୍ବାଚନୀ ମୈଦାନରେ ହାଇଭୋଲଟେଜ ପ୍ରଚାର ଆରମ୍ଭ କରିସାରିଲେଣି I ଭୋଟରଙ୍କ ମନ ଜିଣିବାକୁ ତିନି ଦଳର ଷ୍ଟାର ପ୍ରଚାରକ ମାନେ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରିସାରିଲେଣି I ଆସନ୍ତା ୪ ତାରିଖ ଠାରୁ ଓଡିଶା ଗସ୍ତରେ ଆସୁଛନ୍ତି ୩ କେନ୍ଦ୍ରୀୟ ନେତା Iଓଡ଼ିଶାରେ ଅଧିକ ସିଟ ହାତେଇବା ପାଇଁ ଆସନ୍ତାକାଲି ଓଡ଼ିଶା ଅସୁଛନ୍ତି କେନ୍ଦ୍ର ବୈଦେଶୀକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିବେ ଏବଂ କର୍ମୀଙ୍କୁ ବିଜୟର ଗୁରୁମନ୍ତ୍ର ଦେବେ । ୪ ଓ ୫ ତାରିଖ ଦୁଇ ଦିନ ଓଡ଼ିଶାରେ ରହିବେ I ଏହି ଅବସରରେ କଟକ,ଭୁବନେଶ୍ୱର ସମେତ ସମ୍ବଲପୁରରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ I

ଏହାପରେ ୫ ତାତିଖ ଦିନ ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା I ଭୁବନେଶ୍ୱରରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ କରିବେI ଏହି ବୈଠକରେ ଦଳୀୟ ନେତା ମାନେ ଯୋଗ ଦେବେ I କଟକରେ ମଧ୍ୟ ନଡ୍ଡାଙ୍କ କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି ଗୋଲକ ମହାପାତ୍ର। ଏପ୍ରିଲ ୨୮ରେ ବ୍ରହ୍ମପୁର ଆସି ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ ଜେପି ନଡ୍ଡା ।

ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ହେଉଛି ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ରହ୍ମପୁର ଓ ନବରଙ୍ଗପୁର ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ । ବ୍ରହ୍ମପୁର ସହର ଉପକଣ୍ଠ କନିଷିଠାରେ ଆୟୋଜିତ ସଭାରେ ସାମିଲ ହେବେ ମୋଦି । ଏହାପରେ ନବରଙ୍ଗପୁରରେ ଜନସଭାକୁ ସମ୍ୱୋଧିତ କରିବେ।୬ ତାରିଖ ଦିନ ୧୦ଟାରେ ବ୍ରହ୍ମପୁର କନିଷିରେ ଆୟୋଜିତ ଜନସମାବେଶରେ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବେ । ବ୍ରହ୍ମପୁର ଓ ଆସିକା ଲୋକସଭା ଆସନ ସହିତ ଏହା ଅଧୀନରେ ଥିବା ସମସ୍ତ ବିଧାନସଭା ଆସନକୁ ବିଜେପି ଫୋକସ୍‌ କରୁଛି । ଏଠାରେ ଜିତିବା ସମ୍ଭାବନା ଥିବାରୁ ନଡ୍ଡାଙ୍କ ପରେ ମୋଦି ନିର୍ବାଚନ ପ୍ରଚାର ପାଇଁ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ୧୧ତାରିଖରେ ପୁଣି ଓଡ଼ିଶାକୁ ପ୍ରଚାରରେ ଆସିବାର କାର୍ଯ୍ୟକ୍ରମ ରହିଛି । ଦକ୍ଷିଣ ଓଡିଶାରେ ବିଜେପିର ସ୍ଥିତି ମଜବୁତ ପାଇଁ ଚଳିତ ଥର ଆଶା ରଖିଛି ବିଜେପି ।

Tags: