ରାଜଧାନୀରେ ମହିଳା ବିଜେଡିର ସ୍ୱାଭିମାନ ରାଲି
ଭୁବନେଶ୍ବର: ରାଜଧାନୀରେ ବିଜୁ ମହିଳା ଜନତା ଦଳର ଗର୍ଜନ । ରାଜ୍ୟରେ ମହିଳାଙ୍କ ବିରୋଧରେ ବଢୁଥିବା ନିର୍ଯାତନାର ପ୍ରତିବାଦ କରି ବିଜେଡି ମହିଳା ଦଳର ସ୍ବାଭିମାନ ରାଲି । ଗତ ୧ ବର୍ଷରେ ବଢିଛି ମହିଳା ନିର୍ଯାତନା । ଲେଖାଶ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟକୁ ବିରୋଧ କରି ରାଜମହଲରୁ ମାଷ୍ଟର କ୍ୟାଣ୍ଟିନ ଯାଏଁ ପ୍ରତିବାଦ ରାଲି କରାଯାଇଛି । ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ନାରାବାଜି କରାଯାଇ ତାଙ୍କୁ ଗିରଫ ଦାବି କରିଛନ୍ତି ବିଜେଡି ମହିଳା […]
ଭୁବନେଶ୍ବର: ରାଜଧାନୀରେ ବିଜୁ ମହିଳା ଜନତା ଦଳର ଗର୍ଜନ । ରାଜ୍ୟରେ ମହିଳାଙ୍କ ବିରୋଧରେ ବଢୁଥିବା ନିର୍ଯାତନାର ପ୍ରତିବାଦ କରି ବିଜେଡି ମହିଳା ଦଳର ସ୍ବାଭିମାନ ରାଲି । ଗତ ୧ ବର୍ଷରେ ବଢିଛି ମହିଳା ନିର୍ଯାତନା । ଲେଖାଶ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟକୁ ବିରୋଧ କରି ରାଜମହଲରୁ ମାଷ୍ଟର କ୍ୟାଣ୍ଟିନ ଯାଏଁ ପ୍ରତିବାଦ ରାଲି କରାଯାଇଛି । ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ନାରାବାଜି କରାଯାଇ ତାଙ୍କୁ ଗିରଫ ଦାବି କରିଛନ୍ତି ବିଜେଡି ମହିଳା ଦଳ ।
ଅନ୍ୟପଟେ,ଏହି ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ବିଜେପି ବିଧାୟିକା ସୀମାରାଣୀ ନାୟକ । ସେ କହିଛନ୍ତି, ବିଧାୟକ ସନ୍ତୋଷ ଖଟୁଆ ସ୍ପଷ୍ଟୀକରଣ ରଖି ସାରିଛନ୍ତି । ଆମ ସରକାର ସବୁବେଳେ ମହିଳାଙ୍କୁ ସମ୍ମାନ ଦେଇ ଆସିଛନ୍ତି, ଆଗକୁ ମଧ୍ୟ ଦେବେ । ମହିଳା ଭାବେ କହିବି ଯାହା ହୋଇଛି ଠିକ୍ ନୁହେଁ । କିନ୍ତୁ ସନ୍ତୋଷ ଖଟୁଆ ନିଜେ ସ୍ପଷ୍ଟୀକରଣ ରଖି ସାରିବା ପରେ ତାକୁ ରାଜନୈତିକ ମୁଦ୍ଦା ବନେଇବା ଠିକ୍ ନୁହେଁ । ବିରୋଧୀ ଦଳ ଭାବେ ବିଜେଡି ନିଜ ଅସ୍ତିତ୍ବ ବଞ୍ଚେଇବାକୁ ଆନ୍ଦୋଳନ କରୁଛି । ବିରୋଧୀଙ୍କ କହିବା ଅନୁଯାୟୀ, କେହି ଗିରଫ ହୁଅନ୍ତି ନାହିଁ । ଆଇନ ଅନୁଯାୟୀ ଯାହା ପଦକ୍ଷେପ ନେବା କଥା ସରକାର ନେବେ ।




