ରାଜଧାନୀରେ ଡେଙ୍ଗୁ ଅଣାୟତ୍ତ,୮୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀରେ ଥମୁ ନାହିଁ ଡେଙ୍ଗୁ ଆତଙ୍କ I ଗୁରୁବାର ସୁଦ୍ଧା ଡେଙ୍ଗୁ ରୋଗୀ ସଂଖ୍ୟା ୪ ହଜାର ପାର କରି ଥିବାବେଳେ ଆଜି ଗୋଟିଏ ଦିନରେ ୮୬ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଛନ୍ତି I ଅଗଷ୍ଟ ମାସରେ ୧୮ ଶହ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେପ୍ଟେମ୍ବର ୨୧ ଦିନରେ ସୁଦ୍ଧା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୦ ରେ ପହଁଚିଛି I କେବଳ ସହିଦନଗରୁ ୨୫୦ ଚିହ୍ନଟ ହୋଇଛନ୍ତି । ଗତକାଲି କ୍ୟାପିଟାଲ ହସ୍ପିଟାଲରେ […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀରେ ଥମୁ ନାହିଁ ଡେଙ୍ଗୁ ଆତଙ୍କ I ଗୁରୁବାର ସୁଦ୍ଧା ଡେଙ୍ଗୁ ରୋଗୀ ସଂଖ୍ୟା ୪ ହଜାର ପାର କରି ଥିବାବେଳେ ଆଜି ଗୋଟିଏ ଦିନରେ ୮୬ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଛନ୍ତି I ଅଗଷ୍ଟ ମାସରେ ୧୮ ଶହ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେପ୍ଟେମ୍ବର ୨୧ ଦିନରେ ସୁଦ୍ଧା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୦ ରେ ପହଁଚିଛି I

କେବଳ ସହିଦନଗରୁ ୨୫୦ ଚିହ୍ନଟ ହୋଇଛନ୍ତି । ଗତକାଲି କ୍ୟାପିଟାଲ ହସ୍ପିଟାଲରେ ନୂଆପଲ୍ଲୀ ୟୁପିଏଚସିରୁ ଏବଂ ପଟିଆରୁ ମୋଟ ୫୨୬ଟି ନମୁନା ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ୮୬ଜଣଙ୍କର ପଜିଟିଭ ରେକଲ୍ଟ ଆସିଛି । ରାଜଧାନୀରେ ଡେଙ୍ଗୁ ହୁ ହୁ ହୋଇ ମାଡ଼ିଚାଲିଛି । ୧୭ ତାରିଖରେ ୧୨୬ ରୋଗୀ ଚିହ୍ନଟ ହୋଇଥିଲେ । ୧୮ରେ ସଂଖ୍ୟା ୧୪୮ ରେ ପହଞ୍ଚିଥିଲା । ଡେଙ୍ଗୁ ରୋକିବା ପାଇଁ ବିଏମସି ପକ୍ଷରୁ ଯତ୍ପରୋନାସ୍ତି ଚେଷ୍ଟା କଲେ ମଧ୍ୟ ୨୧ ତାରିଖର ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ରାଜଧାନୀରେ ଡେଙ୍ଗୁ ବର୍ତ୍ତମାନ ଅଣାୟତ୍ତ ହେଲାଣି I

Tags: