ରାଜଧାନୀ,ବଢୁଛି ଡେଙ୍ଗୁ ଆତଙ୍କ
ଭୁବନେଶ୍ୱର : ମୌସୁମୀ ସକ୍ରିୟ ହେଉ ହେଉ ରାଜଧାନୀରେ ବଢିଥାଏ ଡେଙ୍ଗୁ ଆତଙ୍କ I ଭୁବନେଶ୍ୱରକୁ ଡେଙ୍ଗୁର ହଟସ୍ପଟ କହିଲେ ଅତ୍ୟୁକ୍ତି ହେବ ନାହିଁ I ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଡେଙ୍ଗୁ ବ୍ୟାପିଥିବା ବେଳେ ପୁରୁଣା ଭୁବନେଶ୍ୱର, ନୟାପଲ୍ଲୀ, ଖଣ୍ଡଗିରି, ଧର୍ମବିହାର ଭଳି ଅଞ୍ଚଳରେ ଅଧିକ ଡେଙ୍ଗୁ ବ୍ୟାପୁଛି I ଗତକାଲି ଏକ ଘରୋଇ ହସ୍ପିଟାଲରେ ପ୍ରଥମ ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ ଘଟିଛି I ରୋଗୀ ଜଣଙ୍କ ଜଣେ ୭ ବର୍ଷର ଶିଶୁ ହୋଇଥିବାବେଳେ ତାଙ୍କ ଘର […]
ଭୁବନେଶ୍ୱର : ମୌସୁମୀ ସକ୍ରିୟ ହେଉ ହେଉ ରାଜଧାନୀରେ ବଢିଥାଏ ଡେଙ୍ଗୁ ଆତଙ୍କ I ଭୁବନେଶ୍ୱରକୁ ଡେଙ୍ଗୁର ହଟସ୍ପଟ କହିଲେ ଅତ୍ୟୁକ୍ତି ହେବ ନାହିଁ I ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଡେଙ୍ଗୁ ବ୍ୟାପିଥିବା ବେଳେ ପୁରୁଣା ଭୁବନେଶ୍ୱର, ନୟାପଲ୍ଲୀ, ଖଣ୍ଡଗିରି, ଧର୍ମବିହାର ଭଳି ଅଞ୍ଚଳରେ ଅଧିକ ଡେଙ୍ଗୁ ବ୍ୟାପୁଛି I ଗତକାଲି ଏକ ଘରୋଇ ହସ୍ପିଟାଲରେ ପ୍ରଥମ ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ ଘଟିଛି I ରୋଗୀ ଜଣଙ୍କ ଜଣେ ୭ ବର୍ଷର ଶିଶୁ ହୋଇଥିବାବେଳେ ତାଙ୍କ ଘର ଖଣ୍ଡଗିରି ଧର୍ମଵିହାର ଅଂଚଳରେ I ଡେଙ୍ଗୁରେ ତାଙ୍କ ଜେଜେମା’ମଧ୍ୟ ପୀଡିତ ହୋଇ ଚିକିତ୍ସାଧୀନ ଅଛନ୍ତି I
ଡେଙ୍ଗୁରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଭୁବନେଶ୍ୱର ୬୩ ନମ୍ବର ଖଣ୍ଡଗିରି ଧର୍ମବିହାର ଅଞ୍ଚଳର ପ୍ରଶାନ୍ତ ସାହୁଙ୍କ ଗୋଟିଏ ବୋଲି ଝିଅ ସାଇସ୍ମିତା । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରଥମ ଶ୍ରେଣୀରେ ପାଠ ପଢୁଥିଲା । ଗତ ସପ୍ତାହରେ ତାଙ୍କୁ ସମୟ ଜର ଆସିଥିଲା I ତେବେ ଜର ନ କମିବାରୁ ରକ୍ତ ପରୀକ୍ଷା କରିବା ପରେ ଡେଙ୍ଗୁ ପଜିଟିଭ୍ ବାହାରିଥିଲା। ତାଙ୍କୁ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ କି ଗତକାଲି ତାଙ୍କର ମୃତ୍ୟୁ ଘଟିଛି I ଏଥିରେ ତାଙ୍କ ଜେଜେମା’ ମଧ୍ୟ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି I
ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଏବେ ବଢି ବଢି ଚାଲିଛି I ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କେବଳ ବିଏମସିରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ଏବେ ସୁଦ୍ଧା ୨୦୦ରୁ ଅଧିକ ରହିଛି । କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୧୩୦ରୁ ଅଧିକ ରକ୍ତ ନମୁନା ପରୀକ୍ଷା କରାଯାଉଥିବା ବେଳେ ୨୫ ରୁ ୨୬ ଜଣ ଡେଙ୍ଗୁ ପଜିଟିଭ୍ ବାହାରୁଛନ୍ତି । ତେବେ ଭୟଭୀତ ନହୋଇ ଜର ହେଲେ ରକ୍ତ ପରୀକ୍ଷା କରାଇବାକୁ ପରାମର୍ଶ ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ।




