ରସୁଲଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ ଧକ୍କାରେ ସ୍କୁଟି ଆରୋହୀ ମୃତ

ଭୁବନେଶ୍ୱର : ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା I ଭୁବନେଶ୍ୱର ରସୁଲଗଡ଼ ଓ଼ଭର ବ୍ରିଜ ଉପରେ ଟ୍ରକ ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି I ରସୁଲଗଡରୁ ବାଣୀବିହାର ଆଡକୁ ଆସୁଥିବା ବେଳେ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା ଟ୍ରକ । ଘଟଣା ସ୍ଥଳରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟାଇ ଟ୍ରକ ଚାଳକଫେରାର ଥିବା ଜଣା ପଡିଛି। ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ଟ୍ରାଫିକ ଜାମ୍ ହୋଇଥିଲା। ଟ୍ରାଫିକ ପୋଲିସ ଘଟଣାସ୍ଥଳରେ […]

Samaya Live Picture
Published On

ଭୁବନେଶ୍ୱର : ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା I ଭୁବନେଶ୍ୱର ରସୁଲଗଡ଼ ଓ଼ଭର ବ୍ରିଜ ଉପରେ ଟ୍ରକ ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି I ରସୁଲଗଡରୁ ବାଣୀବିହାର ଆଡକୁ ଆସୁଥିବା ବେଳେ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା ଟ୍ରକ । ଘଟଣା ସ୍ଥଳରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟାଇ ଟ୍ରକ ଚାଳକଫେରାର ଥିବା ଜଣା ପଡିଛି। ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ଟ୍ରାଫିକ ଜାମ୍ ହୋଇଥିଲା। ଟ୍ରାଫିକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ସହିଦନଗର ଓ ମଞ୍ଚେଶ୍ବର ଥାନା ପୋଲିସ ଫେରାର ଟ୍ରକ ଡ୍ରାଇଭରକୁ ଧରିବାକୁ ତନାଘନା ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ।

Tags: