ରମାଦେବୀ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ, ତଦନ୍ତ ପାଇଁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ
ଭୁବନେଶ୍ୱର : ରମାଦେବୀ ଜୁନିୟର କଲେଜରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ। ରାତିରେ ଅଶ୍ଳୀଳ ଫିଲ୍ମ ଦେଖିବାକୁ କରାଯାଉଥିଲା ବାଧ୍ୟ I ଏହା ସହିତ ତାଙ୍କୁ ମିନି ଡ୍ରେସ ପିନ୍ଧିବାକୁ କୁହାଯିବା ସହ ଜାତିଆଣ ଆକ୍ଷେପ କରାଯାଉଥିଲା I ଏପରିକି ଅନ୍ତେବାସୀମାନେ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେବା ସହ ଏକଘରିକିଆ କରିଦେଇଥିବା ଅଭିଯୋଗ କରିଛନ୍ତି ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ I ଏନେଇ କଲେଜ୍ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। […]
ଭୁବନେଶ୍ୱର : ରମାଦେବୀ ଜୁନିୟର କଲେଜରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ। ରାତିରେ ଅଶ୍ଳୀଳ ଫିଲ୍ମ ଦେଖିବାକୁ କରାଯାଉଥିଲା ବାଧ୍ୟ I ଏହା ସହିତ ତାଙ୍କୁ ମିନି ଡ୍ରେସ ପିନ୍ଧିବାକୁ କୁହାଯିବା ସହ ଜାତିଆଣ ଆକ୍ଷେପ କରାଯାଉଥିଲା I ଏପରିକି ଅନ୍ତେବାସୀମାନେ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେବା ସହ ଏକଘରିକିଆ କରିଦେଇଥିବା ଅଭିଯୋଗ କରିଛନ୍ତି ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ I ଏନେଇ କଲେଜ୍ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ଯାହା ଫରେ ଛାତ୍ରୀ ଜଣଙ୍କ ଗଣଶିକ୍ଷା ବିଭାଗକୁ ଲିଖିତ ଅଭିଯୋଗ କରିଛନ୍ତି । ଛାତ୍ରୀ ଙ୍କ ଅଭିଯୋଗ ପାଇବା ପରେ ଗଣଶିକ୍ଷା ବିଭାଗ ଘଟଣାକୁ ଗୁରୁତ୍ବର ସହ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଛାତ୍ରୀଜଣକ ଯୁକ୍ତ ୨ ପ୍ରଥମ ବର୍ଷରେ ପଢ଼ୁଥିବା ବେଳେ ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ବୋଲି ଜଣାଯାଇଛି । ସେ ରମାଦେବୀ ଜୁନିୟର କଲେଜର ୧ ନମ୍ବର ରୁମ୍ରେ ସେ ରହୁଥିବା ବେଳେ ସେଠାରେ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଛାତ୍ରୀ। ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ରୁମ୍ରେ ତାଙ୍କୁ ଏକ ଘରକିଆ କରି ରଖାଯାଉଥିଲା। ତାଙ୍କ ପୋଷାକପତ୍ର, ଜୋତା ଅଲଗା ରଖିବାକୁ କୁହାଯାଉଥିଲା।




